Loading...

ପଦ୍ମପୁରରେ ୩ ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମ ପକ୍ଷରୁ ଚଢ଼ାଉ

ପଦ୍ମପୁରରେ ୩ ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମ ପକ୍ଷରୁ ଚଢ଼ାଉ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟାରୁ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ଏହି ଟିମ୍ ଏହି ଚଢ଼ାଉ କରୁଛି। ଯେଉଁମାନଙ୍କ ଘରେ ଏହି ଚଢ଼ାଉ ଚାଲିଛି, ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏମାନେ ସମସ୍ତେ ପ୍ରତିଷ୍ଠିତ ବ୍ୟବସାୟୀ।