ଦିଲ୍ଲୀର ILBS ହସ୍ପିଟାଲରେ ହେବ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା
ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି। ଏହାସହ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ଶୁଭାକାଂକ୍ଷୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା ପରଦିନ ପିଣ୍ଟୁଙ୍କ ଭାଇ ଓ ଦୁଇ ଜଣ ଡୋନର ଯିବେ ସୂଚନା ମିଳିଛି।