ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର
ଯଶସ୍ବୀ ସଙ୍ଗୀତଜ୍ଞ, ଗୀତିକାର ତଥା ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଭୁବନେଶ୍ବରରୁ ମରଶରୀର ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା।