ୟୁକ୍ରେନ୍ର ୪୨ ସହର ଏବେ ରୁଷ୍ ଦଖଲରେ
ଗତକାଲିଠାରୁ ରୁଷ୍ ଉତ୍ତର ପୂର୍ବ ୟୁକ୍ରେନ୍ରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଛି। ରୁଷ୍ ଏଠାରେ ୪୨ରୁ ଅଧିକ ସହର ନିଜ ଦଖଲକୁ ନେଇ ସାରିଛି। ୟୁକ୍ରେନ୍ ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି।
Loading...
ଗତକାଲିଠାରୁ ରୁଷ୍ ଉତ୍ତର ପୂର୍ବ ୟୁକ୍ରେନ୍ରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଛି। ରୁଷ୍ ଏଠାରେ ୪୨ରୁ ଅଧିକ ସହର ନିଜ ଦଖଲକୁ ନେଇ ସାରିଛି। ୟୁକ୍ରେନ୍ ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି।
ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଦିନ ଏନେଇ ବିଶ୍ୱ ସଂସ୍ଥା ସୂଚନା ଦେଇଛି ।
ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି।
ରୁଷ୍ ସଙ୍ଗେ ଯୁଦ୍ଧ କରି ୩୦୦୦ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୧୦,୦୦୦ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ କହିବା ମୁସ୍କିଲ୍ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯୁଦ୍ଧ ପ୍ରବଣ ୟୁକ୍ରେନ୍ ଗସ୍ତ ପାଇଁ ସେ ପ୍ରସ୍ତୁତ ଅଛନ୍ତି। ୟୁକ୍ରେନ୍କୁ ଆମେରିକାର କିଛି ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ଏକ ପ୍ରଶ୍ନ କରାଯିବାବେଳେ ବାଇଡେନ୍ ୟୁକ୍ରେନ୍ ଯିବାପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ତାଙ୍କୁ ପଚରାଯାଇଥିଲା।
ଋଷ ଓ ୟୁକ୍ରେନ ମଧ୍ୟରେ ଏବେ କିଛି ବି ହୋଇପାରେ । କାରଣ ବ୍ଲାକ୍ ସି’ରେ ଋଷର ଶକ୍ତିଶାଳୀ ଯୁଦ୍ଧପୋତରେ ବିସ୍ଫୋରଣ ଓ ନିଆଁ ଲାଗିବା ପରେ ଏହାକୁ ୟୁକ୍ରେନ ଘଟାଇଥିବା ୟୁକ୍ରେନ ଦାବୀ କରିବା ପରେ ଆହୁରି ଭୟଙ୍କର ହୋଇପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।
ରୁଷିଆର ଡୋନବାସ ଅଧିକାର ଅଭିଯାନକୁ ଜୋରଦାର ଝଟକା ଲାଗିଛି । ବେସ ସତର୍କତାର ସହ ରୁଷିଆ ସେନାର ମୁକାବିଲା କରୁଛି ୟୁକ୍ରେନ ସେନା । ପ୍ରାୟ ୯ ମାଇଲ ବିଶିଷ୍ଟ ରୁଷିଆ ସେନାର ପଟୁଆରକୁ ଅଟକାଇବାରେ ସମର୍ଥ ହୋଇଛି ୟୁକ୍ରେନ ।
ଅକସ୍ମାତ୍ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ ଗସ୍ତ କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ଜନଶୂନ୍ୟ କିବ୍ ରାସ୍ତାରେ ଚାଲି ଚାଲି ଯାଇଥିବା ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।