ଜାତିସଂଘ ମାନବାଧିକାର ପରିଷଦରୁ ବିଦା ହେଲା ଋଷ
ଋଷକୁ ଲାଗିଲା ବଡ଼ ଝଟ୍କା । ଜାତିସଂଘରେ ହେଲା ଅପମାନିତ । ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ରୁଷିଆ । ଜାତିସଂଘରେ ଭୋଟିଂ ପରେ UNHRCରୁ ନିଲମ୍ବିତ ହେଲା ରୁଷ ।
Loading...
ଋଷକୁ ଲାଗିଲା ବଡ଼ ଝଟ୍କା । ଜାତିସଂଘରେ ହେଲା ଅପମାନିତ । ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ରୁଷିଆ । ଜାତିସଂଘରେ ଭୋଟିଂ ପରେ UNHRCରୁ ନିଲମ୍ବିତ ହେଲା ରୁଷ ।
ଋଷର ସୈନିକମାନଙ୍କୁ ଶିକ୍ଷା ଦେବା ପାଇଁ ୟୁକ୍ରେନର ନାଗରିକମାନେ ଏକ ବିପଜ୍ଜନକ ପଦ୍ଧତି ଗ୍ରହଣ କରିଛନ୍ତି । ସାଧାରଣ ନାଗରିକମାନେ କେକ୍ ବିଷାକ୍ତ କରି ଋଷର ସୈନିକମାନଙ୍କଠାରୁ ପ୍ରତିଶୋଧ ନେଇଛନ୍ତି ।
ୟୁକ୍ରେନ୍ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍ରେ ହମଲା କରିଛି । ରଷିଆର ବେଲଗୋରୋଦ ଅସ୍ତ୍ରଭଣ୍ଡାରକୁ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି ।
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ବୈଠକ ଭିତରେ ଜେଲେନସ୍କି କହିଛନ୍ତି, ୟୁକ୍ରେନବାସୀ ନିର୍ବୋଧ ନୁହଁନ୍ତି । ଋଷର କୌଣସି ପ୍ରତିଶ୍ରୁତିକୁ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜେଲେନସ୍କି ।
ଶେଷ ହେବ କି ଯୁଦ୍ଧ । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଶାନ୍ତି ବୈଠକ ପରେ ଏଭଳି କିଛି ସଂକେତ ମିଳିଛି । ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଅନୁଷ୍ଠିତ ବୈଠକ ପରେ ରୁଷିଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ଏଭଳି କିଛି ସଂକେତ ଦେଇଛନ୍ତି
ୟୁକ୍ରେନ ରୁଷ୍ ଯୁଦ୍ଧ ଗତମାସ ୨୪ ତାରିଖରୁ ଆରମ୍ଭ ହୋଇଛି। ଯୁଦ୍ଧକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଛି। ତେବେ ଯୁଦ୍ଧ ଏବେ ୩୨ ଦିନରେ ପହଞ୍ଚିଛି ଏବଂ ଆସନ୍ତାକାଲିଠାରୁ ତୁର୍କୀରେ ରୁଷ୍ ଏବଂ ୟୁକ୍ରେନ୍ ପ୍ରତିନିଧି ଦଳଙ୍କ ମଧ୍ୟରେ ଶାନ୍ତି ଆଲୋଚନା ପୁଣି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।
ରୁଷୀୟ ସେନା ୟୁକ୍ରେନ୍ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନୀୟ ସେନା ଦାବି କରିଛି ଯେ, ମସ୍କୋ ମେ ୯ ତାରିଖ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହୁଁଛି।‘କିବ୍ ଇଣ୍ଡିପେଣ୍ଡେଣ୍ଟ୍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁକ୍ରେନ୍ ସଶସ୍ତ୍ର ବାହିନୀର ‘ଜେନେରାଲ୍ ଷ୍ଟାଫ୍’ଙ୍କ ଗୁଇନ୍ଦାସୂତ୍ର ଦାବି କରିଛି ଯେ, ମେ ୯ ତାରିଖ ସୁଦ୍ଧା ଯୁଦ୍ଧର ଅବସାନ ଘଟାଇବାକୁ ରୁଷୀୟ ସେନାକୁ କୁହାଯାଇଛି।
ରୁଷୀୟ ଆକ୍ରମଣକୁ ମୁକାବିଲା କରିବା ପାଇଁ ବ୍ରିଟେନ୍ ୟୁକ୍ରେନ୍କୁ ୬୦୦୦ କ୍ଷେପଣାସ୍ତ୍ର ଯୋଗାଇ ଦେବା ସହ ଯୁଦ୍ଧାଞ୍ଚଳରୁ ଖବର ସଂଗ୍ରହ ନିମନ୍ତେ ‘ବିବିସି’କୁ ସାହାଯ୍ୟ କରିବାକୁ ଓ ୟୁକ୍ରେନୀୟ ସୈନିକ ଏବଂ ପାଇଲଟ୍ମାନଙ୍କ ବେତନ ବାବଦକୁ ପ୍ରାୟ ୪୦ ନିୟୁତ ଡଲାର୍ ପ୍ରଦାନ କରିବ।