ଆଜି ୟୁକ୍ରେନ ଓ ଋଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା
ଆଜି ଉଭୟ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ପୁଣି ଆଲୋଚନା ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ ହେବା ନେଇ ସ୍ପୁଟନିକ ରିପୋର୍ଟ ପ୍ରକାଶ କରିଛି ।
Loading...
ଆଜି ଉଭୟ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ପୁଣି ଆଲୋଚନା ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ ହେବା ନେଇ ସ୍ପୁଟନିକ ରିପୋର୍ଟ ପ୍ରକାଶ କରିଛି ।
ଗତ ୧୯ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ରୁଷ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲ୍ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ପୁଟିନ୍ଙ୍କ ସହ ୭୫ ମିନିଟ୍ କଥାବାର୍ତ୍ତା ସମୟରେ ଉଭୟ ସ୍କଲ୍ଜ ଏବଂ ମାକ୍ରନ୍ ୟୁକ୍ରେନ୍ରେ ତୁରନ୍ତ ଯୁଦ୍ଧବିରତି ପାଇଁ ଦାବି କରିଛନ୍ତି।
ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା।
ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଆଲୋଚନା ସଫଳ ହୋଇ ନଥିଲେ ମଧ୍ୟ ଅଗ୍ରଗତି ଘଟିଥିବା ଋଷ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।
ଋଷ ଯଦି ୟୁକ୍ରେନରେ ରସାୟନିକ ଅସ୍ତ୍ରର ବ୍ୟବହାର କରୁଛି ତେବେ ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଭ୍ଲାଦିମିର ପୁଟିନ ଆକ୍ରମଣ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କୁ ଏବଂ ତାଙ୍କ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ବାଇଡେନ କହିଛନ୍ତି ।
ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ହେବ ଯୁଦ୍ଧ ଚାଲିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ରୁଷ ସୈନ୍ୟ ସାଦା ପୋଷାକରେ କିଭ୍ ଅଭିମୁଖେ ବଢ଼ୁଥିବା ଦେଖାଯାଉଛି।
ଅତି ଦାରୁଣ, ହୃଦୟ ବିଦାରକ ଚିତ୍ର। ଚାରିଆଡ଼େ ଧ୍ୱଂସର ତାଣ୍ଡବ । ଷ୍ଟ୍ରେଚର୍ରେ ଜଣେ ଆସନ୍ନ ପ୍ରସବା ।