EnewsOdia.Com

ଏଭଳି ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ତୈମୁର ଅଲ୍ଲୀ ଖାନ୍‌

ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ପତାକା ଧରି ଭାରତମାତାଙ୍କୁ ସମ୍ମାନ ଜଣାଇଥିଲେ। ବଲିଉଡ୍‌ର ଅନେକ ସେଲିବ୍ରିଟି ମଧ୍ୟ ଏ ଅବସରରେ ଫ୍ୟାନ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଏଥରକ କରୀନା ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ତୈମୁରଙ୍କ ଦେଶ ପ୍ରେମର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ତୈମୁର ଅଲ୍ଲୀ ଖାନ୍‌ ନିଜ ଘରେ ହିଁ ପତାକା ଉତ୍ତୋଳନ କରିଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଏ ଅବସରରେ ତୈମୁର କୁର୍ତ୍ତା ପଞ୍ଜାବୀ ପିନ୍ଧିଛନ୍ତି। ଏହି ଟ୍ରାଡିସ୍‌ନାଲ ଗେଟ୍‌ଅପ୍‌ରେ ତୈମୁର ଖୁବ୍‌ କ୍ୟୁଟ୍‌ ଦିଶୁଛନ୍ତି। ଏହା ସହ ସେ ହାତରେ ଏକ ଛୋଟ ତ୍ରିରଙ୍ଗା ବି ଧରିଛନ୍ତି।

ସୋସିଆଲ ମିଡିଆରେ ତୈମୁରଙ୍କ ଫ୍ୟାନଙ୍କୁ ଏହି ଫଟୋ ଖୁବ୍‌ ପସନ୍ଦ ଆସିଛି। ତୈମୁରଙ୍କ ଏଭଳି ଛୋଟ ବେଳୁ ଦେଶ ପ୍ରେମକୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି। ତୈମୁରଙ୍କ ପାଖରେ କେତେକ ଛୋଟ ପିଲା ଠିଆ ହୋଇଥିବା ନଜର ଆସିଛି। ପତାକା ଉତ୍ତୋଳନ କରିସାରିବା ପରେ ତୈମୁର କାଖ ହୋଇ ତ୍ରିରଙ୍ଗାକୁ ଧରିଥିବା ଦେଖିବାକୁ ମିଳିଛି।

ପଢନ୍ତୁ: ରିଲିଜ ହେଲା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ୮୩ର ପୋଷ୍ଟର

ସମ୍ବନ୍ଧିତ ଖବର

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Ratnamani Maharana

ଏହି ବ୍ୟକ୍ତିଙ୍କ ନିକଟରୁ ଟଙ୍କା ଉଧାର ଆଣିଛନ୍ତି ସଲମାନ୍‌

Ratnamani Maharana

ଇଣ୍ତିଆନ ଆଇଡଲ ଟପ୍-୧୫ରେ କଟକ ଝିଅ ଚେଲ୍‌ସି

Ratnamani Maharana

ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ମାନଙ୍କ ପାଇଁ ସଲ୍‌ମାନ୍‌ଙ୍କ ଉପହାର

Ratnamani Maharana

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

Ratnamani Maharana