News

ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

By Krishna Kumar Manoj

August 03, 2018

ଓଡିଶା ରେ ହେବ ବଡ ଧରଣର ପୁଞ୍ଜିନିବେଶ। ତାଇୱାନର ସିପିସି କର୍ପୋରେସନ ପାରାଦୀପରେ ୪୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବାକୁ ପ୍ରସ୍ତାବ ନେଇ ଆସିଛି । ତାଇୱାନ ସିପିସି କର୍ପୋରେସନ ସଭାପତି ସୁନ-ଚିନ ଲିଙ୍କ ନେତୃତ୍ୱରେ ଏକ ବ୍ୟାବସାୟିକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପାରାଦୀପର ଏହି କମ୍ପାନୀ ୪୩ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରି ପେଟ୍ରୋଲିୟମ କ୍ରାକର କମ୍ପାନୀ ପ୍ରତିଷ୍ଠା କରିବ।

ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରାଦ୍ୱୀପରେ ପେଟ୍ରୋଲିୟମ କ୍ଷେତ୍ରରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀଜ୍ ପ୍ରତିଷ୍ଠା ଦିଗରେ ସହାୟକ ହେବ । ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଓଡିଶାରେ ଯଥେଷ୍ଟ ସୁଯୋଗ ରହିଛି । ପୁଞ୍ଜି ନିବେଶ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡିଶା କ୍ରମାଗତ ଦେଶର ୩ଟି ରାଜ୍ୟ ମଧ୍ୟରେ ରହିଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ଦିନରେ ଓଡ଼ିଶା- ତାଇଓ୍ଵାନ ମଧ୍ୟରେ ବ୍ୟବସାୟିିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଶିଳ୍ପ ସଚିବ ପ୍ରମୁଖ ଉପସ୍ଥିତ ଥଲେ।

ପଢନ୍ତୁ; ଏଏଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷା