News

ଭାରତୀୟ ସଂସ୍କୃତି ତଥା ପ୍ରେମର ପ୍ରତୀକ ତାଜମହଲ କୁ ନେଇ ବିବାଦପୁର୍ଣ୍ଣ ମନ୍ତବ୍ୟ

By ENO Beuro

October 16, 2017

ସଂସ୍କୃତି ତଥା ପ୍ରେମର ତାଜମହଲ କୁ ନେଇ ଆରମ୍ଭ ହୋଇଥିବା ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି ବିଜେପିର କିଛି ବିବାଦୀୟ ନେତା ।  ନିକଟରେ ଉତ୍ତର ପ୍ରଦେଶର ଐତିହାସିକ ସ୍ଥଳଗୁଡ଼ିକରୁ ତାଜ ମହଲକୁ ବାଦ ଦିଆଯାଇ ଥିବା ସଂକ୍ରାନ୍ତରେ ବିଜେପିର ବିଧାୟକ ସଙ୍ଗୀତ ସୋମ ଆଶ୍ଚର୍ଯ୍ୟ ପ୍ରକଟ କରି କହନ୍ତି ଯେ ତାହାକୁ ତିଆରି କରାଇଥିବା ଲୋକମାନଙ୍କ ଭଳି ବ୍ୟକ୍ତିଙ୍କୁ କାହିଁକି ଭାରତୀୟ ସଂସ୍କୃତି ଏବଂ ଇତିହାସର ଅଂଶ ଭାବେ ବିବେଚନା କରାଯିବ।

ଜୁନ୍‌ ମାସରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସୋମଙ୍କ ପରି ମତପୋଷଣ କରିଥିଲେ। ସେ କହିଥିଲେ ଯେ, ରାମାୟଣ ଏବଂ ଗୀତା ଭାରତୀୟ ସଂସ୍କୃତିର ପ୍ରତିନିଧିତ୍ୱ କରୁଛି, ତାଜ ମହଲ ନୁହେଁ।

ବିଜେପିର ବିଧାୟକ ସଙ୍ଗୀତ ସୋମଙ୍କ ବିବାଦୀୟ ବୟାନ ଉପରେ  ଏବେ ଏଆଇଏମଆଇଏମର ଅଧ୍ୟକ୍ଷ ଅସଉଦ୍ଦୀନ ଅବୈସୀ ପ୍ରତି ଜବାବ ଦେଇଛନ୍ତି।  ଅବୈସୀ ଟ୍ଵିଟ୍ କରି କହିଛନ୍ତି ଯେ ଲାଲକିଲ୍ଲାକୁ ମଧ୍ୟ ଗଦ୍ଦାରମାନେ ହିଁ ନିର୍ମାଣ କରିଥିଲେ। ତ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଉପରେ ତ୍ରିରଙ୍ଗା ଉଡ଼ାଇବା ଛାଡ଼ି ଦେବେ ? କଣ ମୋଦୀ ଏବଂ ଯୋଗୀ ଘରୋଇ ଏବଂ ବିଦେଶୀ ପର୍ୟ୍ୟଟକଙ୍କୁ କହିବେ କି ତାଜମହଲକୁ ଦେଖିବାକୁ ଆସନ୍ତୁ ନାହିଁ ?   କେବଳ ଏତିକି ନୁହେଁ ଦିଲ୍ଲୀର ହାଇଦ୍ରାବାଦ ହାଉସକୁ ହିଁ ଗଦ୍ଦାରମାନେ ମଧ୍ୟ ନିର୍ମାଣ କରିଥିଲେ।  କଣ ମୋଦୀ ଏହି ହାଉସରେ ବିଦେଶୀ ଅତିଥିଙ୍କୁ ଅତିଥି ସତ୍କାର ଦେବା ବନ୍ଦ କରି ଦେବେ ?

ପୃଥିବୀର ସପ୍ତାଶ୍ଚର୍ଯ୍ୟ ଭିତରେ ସ୍ଥାନ ପାଇଛି ତାଜମହଲ । ଶାହାଜାହାନଙ୍କ ଦ୍ୱାରା ନିର୍ମିତ ତାଜମହଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । ଭାରତ ସରକାର ମଧ୍ୟ ତାଜମହଲ ପାଇଁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ପର୍ଯ୍ୟଟକମାନେ ବି ତାଜମହଲର ସୌନ୍ଦର୍ଜ୍ୟପାଇଁ ପାଗଳ । ଏବେ କିନ୍ତୁ ଭିନ୍ନ ଏକ କାରଣକୁ ନେଇ ଚର୍ଚାରେ ତାଜମହଲ ।

ପଢନ୍ତୁ, ଭାରତୀୟ ନୌସେନା ର ଜୋରଦାର ପ୍ରସ୍ତୁତି, ଆଇଏନଏସ୍‌ କିଲଟନ୍‌ ନୌସେନାରେ ସାମିଲ୍