• Home
  • LIFESTYLE
  • ଏହି ସବୁ କାମ ପରେ ସ୍ନାନ କରିବା ଆବଶ୍ୟକ ଅଟେ ! ଜାଣନ୍ତୁ ;
LIFESTYLE

ଏହି ସବୁ କାମ ପରେ ସ୍ନାନ କରିବା ଆବଶ୍ୟକ ଅଟେ ! ଜାଣନ୍ତୁ ;

କେଉଁ ସମୟରେ ଆଉ ଥରେ ସ୍ନାନ କରିବା ଆବଶ୍ୟକ ଅଟେ , ଆସନ୍ତୁ ଜାଣିବା

ପ୍ରତ୍ୟେକ ମଣିଷକୁ  ଦିନକୁ ଥରୁଟିଏ ସ୍ନାନ କରିବାକୁ ପଡିଥାଏ  ସେହି ଥରୁଟିଏ ସ୍ନାନକୁ ବାଦ୍‌ ଦେଲା ପରେ ଆଉ କିଏ କେତେ ଥର ସ୍ନାନ କରିବେ ତାହା ସଂପୂର୍ଣ୍ଣ ଇଚ୍ଛାଧୀନ। ମାତ୍ର ଯଦି ଏମିତି କିଛି ପରିସ୍ଥିତି ଆସେ ତେବେ ସ୍ନାନ କରିସାରିଥିଲେ ବି ଆଉ ଥରେ ସ୍ନାନ ନିଶ୍ଚୟ କରନ୍ତୁ। ନହେଲେ ନାନା ରୋଗର ଶିକାର ହେବାର ସମ୍ଭାବନା ରହିଛି।

ଦୂର ଯାତ୍ରା କରିବା ପରେ ବି ଗାଧୋଇବା ଉଚିତ। ବହୁତ ବାଟ ଯାତ୍ରା କରିବା ଫଳରେ ମଇଳା ଧୂଳି ସବୁ ନାକ, ପାଟିରେ ପଶିଥିବା ହେତୁ ରୋଗ ହେବାର ଅନେକ ସମ୍ଭାବନା ରହିଛି। ତେଣୁ ଦୂର ଯାତ୍ରା କରିବା ପରେ ଗାଧୋଇବା ନିହାତି ଦରକାର।

ଡାକ୍ତରଖାନାରୁ ଫେରିବା ପରେ ନିଶ୍ଚୟ ସ୍ନାନ କରନ୍ତୁ। ଡାକ୍ତରଖାନା ଯେତେ ପରିଷ୍କାର ହେଲେ ବି ସେଠାରେ ଭିଭିନ୍ନ ଧରଣର ରୋଗୀ ଥିବାରୁ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ତେଣୁ ଡାକ୍ତରଖାନାରୁ ଫେରିବା ପରେ ଗାଧୋଇବାକୁ ଭୁଲନ୍ତୁ ନାହିଁ।

ପାରୁଛନ୍ତି ଯଦି ଅଗାଧୁଆ ପୂର୍ବରୁ ହିଁ ଘର ଝଡ଼ାଝଡ଼ି କିମ୍ବା ଘର ସଜାଡ଼ିବା କାମ ସାରି ଦିଅନ୍ତୁ। ନଚେତ ଘର ଛାଡ଼ିବା ବା ଘର ସଜାଡ଼ିବା ବେଳ ଥାକ, କୋଣ ଆଦି ଝାଡ଼ିବା ବେଳେ ଧୂଳି ସବୁ ଶରୀରର ବିଭିନ୍ନ ଅଙ୍ଗରେ ପଶିଯିବା ଫଳରେ ଆପଣ ବେମାର ପଡ଼ିପାରନ୍ତି। ଯଦି କୌଣସି କାରଣରୁ ଆପଣଙ୍କୁ ଗାଧୋଇବା ପରେ ସେ କାମ କରିବାକୁ ପଡୁଛି ତେବେ କାମ ସାରିବା ପରେ ଆଉ ଥରେ ଗାଧୋଇବାକୁ ଭୁଲନ୍ତୁ ନାହିଁ।

ଏହି ସବୁ କାମ ପରେ ସ୍ନାନ କରିବା ଆବଶ୍ୟକ ଅଟେ ! ଜାଣନ୍ତୁ ; bath

ପଢନ୍ତୁ ;

କ୍ୟାଟ୍ରିନାଙ୍କୁ ନିଜ ବାହାଘର ଭୋଜିକୁ ଡାକିବେ ନାହିଁ ବୋଲି କହିଛନ୍ତି ଦୀପିକା

Related posts

ବୟସ ଅନୁସାରେ କିପରି ନେବେ ପିଲାମାନଙ୍କ ଖାଦ୍ୟପେୟର ଯତ୍ନ ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି କଥା

Krishna Kumar Manoj

ପୁରୁଷମାନେ କାହିଁକି ଦାଢି ରଖିବାକୁ ପସନ୍ଦ କରିଥାନ୍ତି ? ଜାଣନ୍ତୁ ଏହା ପଛରେ ଲୁଚିଥିବା ରହସ୍ୟ ସମ୍ପର୍କରେ

Krishna Kumar Manoj

ବିଶେଷଜ୍ଞଙ୍କ ମତ : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More