LIFESTYLE

ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ

ପିଲାମାନେ ଅନେକ ସମୟରେ କାନ କୁଣ୍ଡାଇଥାନ୍ତି । ନୂଆ ନୂଆ ମା ହୋଇଥିବା ମହିଳାମାନେ ଏହାକୁ ନେଇ ବ୍ୟସ୍ତ ହୋଇଥାନ୍ତି ଏବଂ ପିଲାର କାନରେ ମଳି ଥିବା ଭାବି କାନ ସଫା କରିବାରେ ଲାଗିପଡନ୍ତି । ଅନେକ ଏଥିପାଇଁ ଇୟରବଡ ବ୍ୟବହାର କରିଥାନ୍ତି । ହେଲେ ଏଥିରେ ସାମାନ୍ୟ ଅସାବଧନତା ପିଲାର ପିଲାର କାନକୁ କ୍ଷତି ପହଞ୍ଚାଇପାରେ ।

  • ପିଲାଙ୍କ କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ । ତେଣୁ ଏହା ଭିତରେ ଇୟରବଡ ପୁରାଇ ସଫା କରିବା ଦ୍ଵାରା ପିଲାଙ୍କୁ ଅଧିକ କଷ୍ଟ ହୋଇଥାଏ । ଏମିତିକି କାନର ନରମ ଚର୍ମ ଘଷି ହୋଇ କ୍ଷତ ହେବାର ଆଶଙ୍କା ମଧ୍ୟ ବଢିଥାଏ । ପିଲାଙ୍କ କାନର ରନ୍ଧ୍ର ଖୁବ ଛୋଟ ହୋଇଥିବାରୁ ଇୟରବଡରେ ମଳି ସଫା ହେବା ବଦଳରେ ଠେଲି ହୋଇ କାନ ଭିତରକୁ ଚାଲିଯାଇଥାଏ । ତା’ ଛଡା କାନ ଭିତରେ ବାହାର ଧୁଳି ଅବରୋଧ କରିବା ଲାଗି ପ୍ରାକୃତିକ ଉପାୟରେ ଥିବା ଅଠାଳିଆ ଉପାଦାନ ଛାଡିଯାଇଥାଏ ଏବଂ ଧୁଳି ସହଜରେ ଭିତରକୁ ଯାଇଥାଏ ।
  • ଏମିତିରେ ସମସ୍ତଙ୍କ କାନର ପରଦା ଅଧିକ ସମ୍ବେଦନଶୀଳ । ତେଣୁ ଇୟରବଡ କିମ୍ବା ଅନ୍ୟ କୌଣସି ଜିନିଷରେ ପିଲାଙ୍କ କାନ ସଫା କରିବା ବେଳେ ସାମାନ୍ୟ ଭୁଲ ପିଲାର କାନ ପରଦାକୁ କ୍ଷତି ପହଞ୍ଚାଇବା ଯୋଗୁ ରକ୍ତ ସ୍ରାବ ହେବା କିମ୍ବା ଫାଟିଯିବା ଭଳି ସମସ୍ୟା ଉପୁଜିଥାଏ । ଏମିତିକି ଏଥିପାଇଁ ପିଲାର ଶ୍ରବଣଶକ୍ତି ଚାଲିଯିବାର ଆଶଙ୍କା ବି ରହିଛି ।
  • କେବେ କେବେ ଅଜାଣତରେ ପିଲାର କାନ ଭିତରେ ଇୟରବଡରୁ କିଛି ତୁଳା ରହିଯଇଥାଏ । ଯାହାକି ପରବର୍ତ୍ତୀ ସମୟରେ ମା’ କ୍ଷୀର ଖୁଆଇବା ସମୟରେ କାନ ଭିତରକୁ ଚାଲିଥାଏ ଏବଂ ଉକ୍ତ ତୁଳା ତାହାକୁ ଶୋଷିନିଏ । ଫଳରେ ଫାଙ୍ଗଳ ଇନଫେକସନ ହୋଇ ପିଲାର କାନରେ ଘା’ ହେବା ସହ ବିନ୍ଧା ହୋଇଥାଏ ।
  • ବେଳେ ବେଳେ ଅନେକ ମା’ ଥରେ ପିଲାର କାନ ସଫା କରିବା ପରେ ଇୟରବଡକୁ ପୁନର୍ବାର ବ୍ୟବହାର କରିବା ଲାଗି ରଖିଦିଅନ୍ତି । ହେଲେ ବାରମ୍ବାର ଏପରି କରିବା ଦ୍ଵାରା ପିଲା କାନରେ ଇନଫେକସନ ହୋଇ ଯନ୍ତ୍ରଣା ହୋଇଥାଏ ।

ନୂଆ ନୂଆ ମା' ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ  ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ

ପଢନ୍ତୁ, କ୍ଷତିଗ୍ରସ୍ତ ଫସଲ ଓ ଜଳିଥିବା ଚାଷ ଜମି ପାଇଁ ୧୨୪ କୋଟିର ସହାୟକ ଅର୍ଥ ରାଶି ଘୋଷଣା

Related posts

କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କିପରି କେଶକୁ ରଙ୍ଗ କରିପାରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

Krishna Kumar Manoj

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More