Loading...

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

ଅଫିମ ଚାଷ ​​ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଦେଶରେ ନିଶା ଦ୍ରବ୍ୟ ଉପରେ ଆଉ ଏକ ରୋକ ଲଗାଇଛି । ରାଜଧାନୀ କାବୁଲର ଡ୍ରେନ୍‌ରେ ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ ପ୍ରାୟ ୩ ହଜାର ଲିଟର ମଦ ଫିଙ୍ଗିଦେଇଛନ୍ତି ।

ଅଫିମ ଚାଷ ​​ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଦେଶରେ ନିଶା ଦ୍ରବ୍ୟ ଉପରେ ଆଉ ଏକ ରୋକ ଲଗାଇଛି । ରାଜଧାନୀ କାବୁଲର ଡ୍ରେନ୍‌ରେ ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ ପ୍ରାୟ ୩ ହଜାର ଲିଟର ମଦ ଫିଙ୍ଗିଦେଇଛନ୍ତି । ଆଫଗାନିସ୍ତାନରେ ମଦ୍ୟପାନ ଉପରେ କଟକଣା ଲଗାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।

ଦେଶର ଗୁପ୍ତଚର ସଂସ୍ଥା ରବିବାର ଏହି ସୂଚନା ଦେଇଛନ୍ତି । ଜେନେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ (GDI) ଦ୍ୱାରା ପ୍ରକାଶିତ ଏକ ଭିଡିଓରେ ଏହାର ଏଜେଣ୍ଟମାନେ ଡ୍ରେନ୍‌ରେ ମଦ ସବୁ ଢାଳୁଥିବା ଦେଖିବାକୁ ମିଳିଛି । ରାଜଧାନୀ କାବୁଲ୍‌ରେ ଚଢ଼ାଉ ବେଳେ ଏହି ସବୁ ମଦ ଜବତ ହୋଇଥିଲା । ରବିବାର ଦିନ ଟୁଇଟର୍‌ରେ ଗୁଇନ୍ଦା ଏଜେନ୍‌ସି ପୋଷ୍ଟ୍‌ କରିଥିବା ‘ଫୁଟେଜ୍‌’ରେ ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, ମଦ ପ୍ରସ୍ତୁତି ଏବଂ ଯୋଗାଣରୁ ମୁସଲ୍‌ମାନ୍‌ମାନେ ନିଷ୍ଠାପର ଭାବେ ନିଶା ଦ୍ରବ୍ୟରୁ ନିବୃତ ରହିବା ଉଚିତ ।କେବେ ଚଢ଼ାଉ ‌ହୋଇଥିଲା ଅଥବା ଠିକ୍‌ କେତେବେଳେ ଜବତ ମଦକୁ ନଷ୍ଟ କରି ଦିଆଗଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ, ଗୁଇନ୍ଦା ଏଜେନ୍‌ସି ଜାରି କରିଥିବା ବିବୃତି ଅନୁସାରେ, ଉକ୍ତ ଚଢ଼ାଉ ଅଭିଯାନରେ ୩ଜଣ ଡିଲର୍‌ଙ୍କୁ ଗିରଫ କରାଯାଇଛି । ସୂଚନା ଥାଉକି, ତାଲିବାନ ଦଖଲ ପରେ ନୂଆ ନୂଆ ନିୟମ ସବୁ କାର୍ଯ୍ୟକାରୀ ହେଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.