Loading...

ତାଲିବାନର ନୂଆ ନିର୍ଦ୍ଦେଶ; ହିଜାବ ନ ପିନ୍ଧିଲେ ମିଳିବ ନାହିଁ ଶିକ୍ଷା ଓ ରୋଜଗାର

ତାଲିବାନର ନୂଆ ନିର୍ଦ୍ଦେଶ; ହିଜାବ ନ ପିନ୍ଧିଲେ ମିଳିବ ନାହିଁ ଶିକ୍ଷା ଓ ରୋଜଗାର

କର୍ଣ୍ଣାଟକରେ ମୁସଲମାନ ଝିଅମାନେ ହିଜାବ୍‌ ପିନ୍ଧି ସ୍କୁଲ ଆସିବାକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ତାଲିବାନ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛି। ତାଲିବାନ କହିଛି ଯେ ଆଫଗାନିସ୍ତାନର ମହିଳାମାନଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ।

କର୍ଣ୍ଣାଟକରେ ମୁସଲମାନ ଝିଅମାନେ ହିଜାବ୍‌ ପିନ୍ଧି ସ୍କୁଲ ଆସିବାକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ତାଲିବାନ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛି। ତାଲିବାନ କହିଛି ଯେ ଆଫଗାନିସ୍ତାନର ମହିଳାମାନଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି କି, ଦେଶରେ କେବଳ ହିଜାବ ପିନ୍ଧିଥିବା ମହିଳାଙ୍କୁ ହିଁ ଶିକ୍ଷା ଓ ରୋଜଗାରର ଅଧିକାର ମିଳିବ। ତାଲିବାନ ଆମେରିକାକୁ ମଧ୍ୟ ସ୍ପଷ୍ଟ କହି ଦେଇଛି ଯେ ସେ ତାଙ୍କ ଦେଶର ସଂସ୍କୃତିକୁ ବଦଳାଇବାକୁ ଚେଷ୍ଟା ନ କରୁ।


ତାଲିବାନ ମୁଖପାତ୍ର ସୁହେଲ ଶାହିନ ଏକ ଆମେରିକୀୟ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି, ମହିଳାଙ୍କ ଅଧିକାରକୁ ନେଇ ଆମେରିକା ନିଜର ମତ ଆଫଗାନିସ୍ତାନ ଉପରେ ନ ରଖୁ। ଏଥି ସହିତ ସେ କହିଥିଲେ କି, ଯଦି ଆମେରିକା ଏମିତି କରେ, ତେବେ ଏହାକୁ ତାଙ୍କ ସଂସ୍କୃତିରେ ହସ୍ତକ୍ଷେପ ବୋଲି ଧରାଯିବ। ସୁହେଲ ଶାହିନଙ୍କ କହିବା ହେଉଛି, ହିଜାବ ବିନା ମହିଳାଙ୍କ ଶିକ୍ଷା ଉପରେ ବିଚାର କରିବା ପାଶ୍ଚାତ୍ୟ। ଏହା ଆଫଗାନିସ୍ତାନର ସଂସ୍କୃତି ଅନୁକୂଳ ନୁହେଁ। ତାଲିବାନ ଆଦୌ ଏହା ସପକ୍ଷରେ ନାହିଁ।

ତାଲିବାନ ମୁଖପାତ୍ର କହିଛନ୍ତି, ଯଦି ଆଫଗାନିସ୍ତାନରେ ମହିଳାମାନେ ହିଜାବରେ ରୁହନ୍ତି, ତ ମହିଳାଙ୍କ ଅଧିକାରକୁ ନେଇ କୌଣସି ସମସ୍ୟା ହେବ ନାହିଁ। ତାଙ୍କ କହିବା ହେଲା, ଏଠାରେ ମହିଳାମାନେ ହିଜାବରେ ରହି କାମ କରି ପାରିବେ। ଶିକ୍ଷା ମଧ୍ୟ ପ୍ରାପ୍ତ କରି ପାରିବେ। ସେପଟେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି କି, ହିଜାବ ପିନ୍ଧି ନ ଥିବା ଝିଅମାନଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍‌ରେ ଅଟକା ଯାଉଛି ଏବଂ ସେମାନଙ୍କୁ ଫେରାଇ ଦିଆଯାଉଛି।

 

କହି ରଖୁଛୁ ଯେ ଆଫଗାନିସ୍ତାନରେ ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଶାସନ ଆସିବା ପରଠାରୁ ସଂଗଠନ ୧୯୯୦ ଦଶକର ନିୟମଗୁଡ଼ିକୁ ଆପଣାଇ ନାହିଁ। ଝିଅମାନଙ୍କର ପାଠପଢ଼ା ଉପରେ ଯଦିଓ ପ୍ରତିବନ୍ଧକ ଲଗାଯାଇ ନାହିଁ, କିନ୍ତୁ ସେମାନଙ୍କ ପାଇଁ ପରଦା ଓ ବୁର୍କାର ନିୟମକୁ କଡାକଡି କରି ଦିଆଯାଇଛି। ତାଲିବାନ ଶାସନର ପ୍ରଥମ ଅବଧି ୧୯୯୬ ଏବଂ ୨୦୦୧ ମଧ୍ୟରେ ଝିଅମାନଙ୍କୁ ଶିକ୍ଷାଠାରୁ ଦୂରେଇ ରଖାଯାଇଥିଲା।

୨୨୯ ପ୍ରଫେସର ଛାଡିଛନ୍ତି ଦେଶ!

ଏକ ରିପୋର୍ଟ ମୁତାବକ, ଗତ ଅଗଷ୍ଟରେ ତାଲିବାନ କ୍ଷମତାକୁ ଆସିବା ପରେ ଦେଶର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟ କାବୁଲ, ହେରାତ ଏବଂ ବଲ୍‌ଖର ୨୨୯ ଜଣ ପ୍ରଫେସର ଦେଶ ଛାଡ଼ି ଦେଇଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.