ବେଦମାତା ପ୍ରଡକ୍ସନ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ହାଲୋ ଆର୍ସି’ ଏସ୍ତୋନିଆର ମର୍ଯ୍ୟାଦାସମ୍ପନ୍ନ ୨୨ତମ ତାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ଲାଗି ମନୋନୀତ ହୋଇଛି ।
ଆସନ୍ତା ନଭେମ୍ବର ୧୬ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇଷ୍ଟୋନିଆର ଟାଲିନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ୧୨ଟି ଫିଲ୍ମ ପ୍ରଦର୍ଶନ ହେବାକୁ ଥିବା ବେଳେ ଏଥିରେ ‘ହେଲୋ ଆର୍ଶୀ’ ସ୍ଥାନ ପାଇଛି। ମହୋତ୍ସବର ‘ଫାଷ୍ଟ୍ ଫିଚର ଫିଲ୍ମ କମ୍ପିଟିଶନ୍’ କାଟାଗୋରିରେ ଏହା ପ୍ରଦର୍ଶନ ହେବ। ୟୁରୋପ ମହାଦେଶର ଏହି ଲୋକପ୍ରିୟ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ ସହ ଫିଲ୍ମ ସମ୍ପର୍କିତ ବିଭିନ୍ନ କର୍ମଶାଳା, ସମ୍ମିଳନୀ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେବ।
ଉଲ୍ଲେଖଯୋଗ୍ୟ ଯେ ହାଲୋ ଆର୍ସି ୬୫ତମ ଜାତୀୟ ଫିଲ୍ମ ପୁରସ୍କାର କ୍ରମରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, ଶ୍ରେଷ୍ଠ ସଂଳାପ ଓ ଶ୍ରେଷ୍ଠ ଅଭିନେତ୍ରୀ (ସ୍ୱତନ୍ତ୍ର ଉଲ୍ଲେଖ) ସମ୍ମାନ ହାସଲ କରିଥିଲା।
ଏସ୍ତୋନିଆର ରାଜଧାନୀ ତାଲିନରେ ଗତ ୨୧ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ‘ବ୍ଲାକ ନାଇଟ ଫିଲ୍ମ ଫେଷ୍ଟିଭାଲ’କୁ ଏକ ମର୍ଯ୍ୟାଦାସମ୍ପନ୍ନ ଫିଲ୍ମ ଉତ୍ସବ ଭାବେ ଗ୍ରହଣ କରାଯାଏ।
ପଢନ୍ତୁ; ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କୁ ବିଶ୍ରାମ,ବାଦ୍ ପଡିଲେ ଧୋନି