Loading...

ଆହୁରି ସୁଦୃଢ ହେବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଆହୁରି ସୁଦୃଢ ହେବ ଭାରତ-ବ୍ରିଟେନ୍‌ ସମ୍ପର୍କ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ଆଲୋଚନା ହୋଇଥିଲା । ଆଜି ସକାଳେ ରାଷ୍ଟ୍ରପତି ଭବନରେ ଜନ୍‌ସନ୍‌ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପିଏମ୍‌ ମୋଦି ।

ଆହୁରି ସୁଦୃଢ ହେବ ଭାରତ-ବ୍ରିଟେନ୍‌ ସମ୍ପର୍କ । ଆଜି ପିଏମ୍‌ ନରେନ୍ଦ୍ର ମୋଦି-ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହ ରୋଡ୍‌ମ୍ୟାପ ୨୦୩୦ ଲଞ୍ଚ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ସହମତି ହୋଇଛି । ଦୁଇ ଦେଶ ମଧ୍ୟରେ ଫ୍ରି ଟ୍ରେଡ୍‌ ନେଇ ମଧ୍ୟ ଆଲୋଚନା ହୋଇଛି । ହାଇଡ୍ରୋଜେନ୍‌ ମିଶନ୍‌ରେ ସାମିଲ ହେବାକୁ ବୋରିସ ଜନ୍‌ସନ୍‌ଙ୍କୁ ଆହ୍ଵାନ୍‌ କରିଛନ୍ତି ପିଏମ୍‌ ମୋଦି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ମୋଦିଙ୍କୁ ଭଲ ବନ୍ଧୁ ବୋଲି କହିଛନ୍ତି । ଏପଟେ ୟୁକ୍ରେନ୍‌-ରୁଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ଶାନ୍ତି ସ୍ଥାପନ କରିବାକୁ ଅପିଲ୍‌ କରିଛନ୍ତି ପିଏମ୍‌ ମୋଦି ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ଆଲୋଚନା ହୋଇଥିଲା । ଆଜି ସକାଳେ ରାଷ୍ଟ୍ରପତି ଭବନରେ ଜନ୍‌ସନ୍‌ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପିଏମ୍‌ ମୋଦି । ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଜନସନ୍‌ । ସ୍ୱାଗତ ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ଜନ୍‌ସନ୍‌ । କହିଛନ୍ତି, ଅମିତାଭ ବଚ୍ଚନ ଓ ତେନ୍ଦୁଲକରଙ୍କ ଭଳି ସେ ଅନୁଭବ କରିଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.