• Home
  • Featured
  • ଯାଣନ୍ତୁ ଟମାଟୋ ର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ସହ ଉତମ ସ୍ୱାସ୍ଥ୍ୟ ପାଇଁ ଟମାଟୋ ବେଶ୍ ସହାୟକ
Featured

ଯାଣନ୍ତୁ ଟମାଟୋ ର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ସହ ଉତମ ସ୍ୱାସ୍ଥ୍ୟ ପାଇଁ ଟମାଟୋ ବେଶ୍ ସହାୟକ

ଟମୋଟୋ ଅତି ଆବଶ୍ୟକୀୟ ପାରିବା । ଅନେକ ଖାଦ୍ୟକୁ ସୁସ୍ଵାଦୁ କରିବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ ।  ଏପରି କି ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଟମାଟୋରେ ଭିଟାମିନ-ସି, ଲାଇକୋପିନ୍, ଭିଟାମିନ ସହ ପୋଟାସିୟମର ମାତ୍ରା ଖୁବ୍ ଅଧିକ ଥାଏ ଯେଉଁଥିପାଇଁ ଏହା ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ହୀତକାରକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟମାଟୋ ଅନେକ ରୋଗ ଭଲ କରିବାରେ ମଧ୍ୟ ବେଶ୍ ସହାୟକ ।  ତେବେ ଆସନ୍ତୁ ଜାଣିବା ଟମାଟୋର କିଛି ଉପକାରିତା ବିଷୟରେ:

ଟମାଟୋ ର ଉପକାରୀତା:

୧-ସକାଳୁ ସକାଳୁ ଖାଲିପେଟରେ ଟମୋଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ । ଏହା ଶରୀରକୁ ଅନେକ ରୋଗରୁ ମୁକ୍ତ ରଖିଥାଏ ।

୨-ଯଦି କୌଣସି ଶିଶୁର ଚର୍ମ ଶୁଖିଲା ରହୁଥାଏ କିମ୍ବା ଶୁଷ୍କ ରୋଗ ଥାଏ । ତେବେ ତା’କୁ ପ୍ରତ୍ୟହ ଗୋଟିଏ ଗ୍ଲାସ ଟମୋଟୋର ସୁପ୍ ଦେଲେ ତା’ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ସହ ତା’କୁ ଆରାମ ମିଳିଥାଏ ।

୩- ବିଶେଷକରି ଶିଶୁମାନଙ୍କର ଉଭୟ ଶାରିରୀକ ଏବଂ ମାନଶୀକ ସ୍ଥରରେ ବିକାଶରେ ଟମୋଟୋ ମଧ୍ୟ ବେଶ୍ ସହାୟକ ।

୪- ସେହିପରି ଶରୀରର ମୋଟାପଣ କମାଇବାରେ ମଧ୍ୟ ଟମୋଟୋର ଭୂମିକା ଗୁୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ଗୋଟିଏ ଗ୍ଲାସ ଟମାଟୋ ଜୁସ ପିଇଲେ ମୋଟାପଣ କମିବା ସହ ଶରୀରର ଓଜନ ମଧ୍ୟ ଧିରେ ଧିରେ ହ୍ରାସ ପାଇଥାଏ ।

୫- ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ପ୍ରତ୍ୟହ ଜଣେ ଯଦି ଟମାଟୋ ଖାଆନ୍ତି ତେବେ ତାଙ୍କୁ ଖୁବ୍ ଆରାମ ମିଳିଥାଏ ।

୬- ଗର୍ଭାବସ୍ତାରେ ଟମାଟୋ ଖାଇଲେ ଗର୍ଭବତୀ ନାରୀଙ୍କୁ ବହୁତ ସୁଫଳ ମିଳିଥାଏ । କାରଣ ଏଥବରେ ପ୍ରଚୁର ମାତ୍ରାର ଭିଟାମିନ ରହୁଥିବା ଯୋଗୁଁ ଏହା ନବଜନ୍ମିତ ଶିଶୁ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ।

୭- ସେହିପରି ଯଦି କାହାର ପେଟରେ କ୍ରୁମି ହେଉଥିବ ତେବେ ସେ ପ୍ରତିଦିନ ସକାଳୁ ଖାଲିପେଟରେ ଟମାଟୋ ସହ ଗୋଲମରିଚ ମିଶାଇ ଖାଇଲେ ତା’କୁ ଖୁବଶୀଘ୍ର ଆରାମ ମିଳିଥାଏ ।

୮- କଞ୍ଚା ଟମାଟୋକୁ କଳାଲୁଣ ସହ ମିଶାଇ ଖାଇଲେ ମୁହଁର ତେଜ ବୃଦ୍ଧି ହୋଇଥାଏ ।

୯- ଟମାଟୋକୁ ମୁହଁରେ ଘଶିଲେ ମୁହଁରେ ଲାଲ ଅଂଶ ଆସିଥାଏ ଏବଂ ତେଜବୃଦ୍ଧି ହୋଇଥାଏ ।

୧୦- ଟମାଟୋର ସବୁଠାରୁ ଅଧିକ ଭଲ ଗୁଣ ହେଉଛି ଏହା ଶରୀରେ ଡାଏବେଟିସର ମାତ୍ରାକୁ କମ୍ କରିଥାଏ । ଏହାସହ ମଣିଷର ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଶରୀରର ଅଧିକାଂଶ ରୋଗ ମଧ୍ୟ ଭଲ ହୋଇଥାଏ ।

ଯାଣନ୍ତୁ ଟମାଟୋ ର ଉପକାରୀତା  ଯାଣନ୍ତୁ ଟମାଟୋ ର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ସହ ଉତମ ସ୍ୱାସ୍ଥ୍ୟ ପାଇଁ ଟମାଟୋ ବେଶ୍ ସହାୟକ

ଯାଣନ୍ତୁ କିଛି କଥା ଡେଙ୍ଗୁ ରୋଗ ବିଷୟରେ

Related posts

ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି,ଜାଣନ୍ତୁ ସେ ସମ୍ପର୍କରେ..

Krishna Kumar Manoj

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ଆଦେଶ : ଆଧାର ଲିଙ୍କ ଅବଧି ବଢିଲା

Krishna Kumar Manoj

ଜାଣନ୍ତୁ ଏପରି କିଛି ପନିପରିବା ଓ ଫଳ ବିଷୟରେ ଯାହାର ଚୋପା ଆପଣଙ୍କୁ ରଖିବ ନିରୋଗ

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More