Entertainment

ବହୁ ବିବାଦ ପରେ ରିଲିଜ ହେଲା ତାମିଲ ଫିଲ୍ମ ‘ସରକାର’

ବହୁ ବିବାଦ ପରେ ଶୁକ୍ରବାରେ ରିଲିଜ ହୋଇଛି ତାମିଲ ଫିଲ୍ମ ‘ସରକାର’। ଅନ୍ୟପଟେ ‘ସରକାର’ର ନିର୍ଦ୍ଦେଶକ ଏ ଆର୍‌ ମୁରୁଗାଦୋସ୍‌ ଆଗୁଆ ଜାମିନ୍‌ ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ସେ ସୁପରହିଟ ଫିଲ୍ମ ‘ଗଜିନୀ’ର ନିର୍ଦ୍ଦେଶକ।

ସୂଚନା ଅନୁଯାୟୀ ଗତକାଲି ରାତିରେ ଏ ଆର୍‌ ମୁରୁଗାଦୋସ୍‌ଙ୍କ ଘରକୁ ପୁଲିସ୍‌ ଆସିଥିଲା ମାତ୍ର ସେ ଘରେ ନଥିବା ହେତୁ ଫେରିଯାଇଥିଲା। ଏଥିରେ ବିଚଳିତ ହୋଇ ‘ସରକାର’ର ନିର୍ଦ୍ଦେଶକ ଏ ଆର୍‌ ମୁରୁଗାଦୋସ୍‌ ଆଗୁଆ ଜାମିନ୍‌ ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

sarkar

‘ସରକାର’ ଫିଲ୍ମରେ ଜଣେ ମହିଳାଙ୍କ ନାମ ଜୟଲଲିତା ରଖାଯାଇଥିବାରୁ ଏହି ବିବାଦ ସୁର୍ଷ୍ଟି ହୋଇଥିଲା । ତା’ଛଡ଼ା ସେଥିରେ କେତେକ ଆପତ୍ତିଜନକ ସଂଳାପ ଥିବା ବି ଅଭିଯୋଗ ହୋଇଥିଲା। ଏହାକୁ ନେଇ ଏ ଆଇ ଡି ଏମ୍‌ କେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ସୂଚନାଯୋଗ୍ୟ, ଏ ଆର୍‌ ମୁରୁଗାଦୋସ୍‌ ଆଗୁଆ ଜାମିନ୍‌ ଲାଗି ନିବେଦନ କରିସାରିଛନ୍ତି। ନଭେମ୍ବର ୨୭ ପର୍ୟାନ୍ତ ତାଙ୍କୁ ଗିରଫ ନକରିବାକୁ ହାଇକୋର୍ଟ ପୋଲିସକୁ ନିର୍ଦେଶ ଦେଇଛନ୍ତି।

ପଢନ୍ତୁ; ସହିଦ ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି,କହିଲେ କଂଗ୍ରେସ ପାଇଁ ମାଓବାଦୀ ହେଉଛନ୍ତି ବିପ୍ଳବୀ

Related posts

Ollywood industries has completed 80 Years

Jitendra

ଧାରାବାହିକରୁ ବଲିଉଡରେ ପାଦ ଥାପିବେ ଏହି ଅଭିନେତ୍ରୀ

ENO Beuro

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ? 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More