News

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପି ଭି.ଆର ଲକ୍ଷ୍ମୀନାରାୟଣଙ୍କ ପରଲୋକ

Untitled 1

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରି ସାରା ଦେଶରେ ଚହଳ ପକାଇଥିବା ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର. ଲକ୍ଷ୍ମୀନାରାୟଣ  ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିବାର ସୂଚନା ମିଳିଛି । ତାଙ୍କର ଜଣେ ପୁଅ ଓ ୨ ଜଣ ଝିଅ ଅଛନ୍ତି ।

୧୯୭୭ ମସିହାରେ ସିବିଆଇର ଜଏଣ୍ଟ ଡାଇରେକ୍ଟର ଥିବା ବେଳେ ଭିଆର ଲକ୍ଷ୍ମୀନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ସରକାରଙ୍କ ନିର୍ଦ୍ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିଲେ। ଭିଆର ନାଁରେ ପରିଚିତ ଲକ୍ଷ୍ମୀନାରାୟଣ ୧୯୫୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ ।ଲକ୍ଷ୍ମୀନାରାୟଣ ସ୍ୱର୍ଗୀୟ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ଚରଣ ସିଂହ, ମୋରାରଜି ଦେଶାଇ ସମେତ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଅଧିନରେ କାମ କରିଥିଲେ । ୧୯୮୫ ମସିହାରେ ଲକ୍ଷ୍ମୀନାରାୟଣ ତାମିଲନାଡୁର ପୋଲିସ ମହାନିଦ୍ଦେଶକ (ଡିଜିପି) ପଦରୁ ଅବସର ନେଇଥିଲେ ।
ପଢନ୍ତୁ: ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

Related posts

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ENO Beuro

୧୫,୧୬୭ କୋଟି ବିମାର ଦାବିଦାର ନାହାନ୍ତି

ENO Beuro

ମହାରାଷ୍ଟ୍ର ଔରଙ୍ଗାବାଦରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ୩୦ରୁ ଅଧିକ ଆହତ

ENO Beuro

Leave a Comment