News

ଅଭିନନ୍ଦନଙ୍କୁ ପରମବୀର ଚକ୍ର ଦେବାଲାଗି ଦାବି କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

demand parambir chakra for abhinadan

ତାମିଲନାଡୁ ମୁଖ୍ୟମନ୍ତ୍ରୀ କ ପାଳନୀସ୍ବାମୀ ଦାବି କଲେ  ଅଭିନନ୍ଦନଙ୍କୁ ମିଳୁ ପରମବୀର ଚକ୍ର ଉପାଧି……

ଭାରତୀୟ ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କୁ ଦେଶର ସର୍ବୋଚ ସାମରିକ ସମ୍ମାନ ପରମବୀର ଚକ୍ର  ପ୍ରଦାନ କରିବାଲାଗି ପ୍ରଧାନମନ୍ତ୍ରୀଙ୍କ    ନିକଟକୁ ପତ୍ର ଲେଖିଛନ୍ତି ତାମିଳନ୍ଦୁ ମୁଖ୍ୟମନ୍ତ୍ରୀ। ସେଥିରେ ସେ ଲେଖିଛନ୍ତି କି ତାମିଲନାଦୁର ବୀର ପାଇଲଟ ଅତ୍ୟନ୍ତ ସାହସ ଓ ପରାକାଷ୍ଠା ପ୍ରଦର୍ଶନ କରି ଶତ୍ରୁର ଯୁଦ୍ଧ ବିମାନକୁ ମିସାଇଲ ମାଡ କରି ଖସାଇଦେଇଛନ୍ତି। ପାକିସ୍ତାନରେ ଶାରୀରିକ ଓ ମାନସିକ ନିର୍ଯାତନ ସତ୍ବେ ଭାରତର ମୁଣ୍ଡ ନୂଆଁଇବାକୁ ଦେଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ କୂଟନୈତିକ  ପ୍ରଭାବ ଓ ଚାପ ଯୋଗୁ ପାକିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ସେ ଦେଶବାସୀଙ୍କ ହୃଦୟ ଜିତିଛନ୍ତି। ତେଣୁ ସେ ପରମବୀର ଚକ୍ର ଭଳି ସମ୍ମାନ ପାଇବା ଆବଶ୍ୟକ।

ଜଳ, ସ୍ଥଳ, ଆକାଶ ମାର୍ଗରେ ଶତ୍ରୁର ଉପଯୁକ୍ତ ମୁକାବିଲା କରି ଅତ୍ୟନ୍ତ ସାହସ ଓ ପରାକାଷ୍ଠା ପ୍ରଦର୍ଶନ କରିଥିବା ଓ ଆତ୍ମବଳି ଦେଇଥିବା ଲୋକଙ୍କୁ ଏହି ପରମବୀର ଚକ୍ର ମିଳିଥାଏ।
ପଢନ୍ତୁ: ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

Related posts

ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

Ratnamani Moharana

ଜାନୁଆରୀରେ ନିର୍ଦ୍ଧାରଣ ହେବ ଅଯୋଧ୍ୟା ମାମଲାର ଶୁଣାଣି

ENO Beuro

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ

ENO Beuro

Leave a Comment