ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

mrg

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ଏହି ପରିପ୍ରେଖୀରେ ଏକ ବିଚିତ୍ର ଘଟଣା ଘଟିଛି ତାମିଲନାଡୁ କୁଡୋଲୋର ସହରରେ। ଏକ ବିବାହ ସମାରୋହରେ ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ଯ ହୋଇଗଲେ, ଯେତେବେଳେ ବରକୁ ତାଙ୍କ ସାଙ୍ଗ ଜଣେ ୫ଲିଟର ପେଟ୍ରୋଲ ଉପହାର ଭାବେ ଦେଇଥିଲେ। ବିବାହ ପରେ ନବଦମ୍ପତି ଅତିଥିଙ୍କୁ ଅଭିବାଦନ କରୁଥିବା ସମୟରେ ବରର ଜଣେ ସାଙ୍ଗ ୫ଲିଟର ପେଟ୍ରୋଲ ଧରି ପହଞ୍ଚିଥିଲେ।

mrg

ବିବାହରେ ସମସ୍ତ ଅତିଥିଙ୍କ ମଧ୍ୟରେ ନବ ବିବାହିତା ଦମ୍ପତି ଉପହାର ଗ୍ରହଣ କରୁଥିଲେ। ଏହି ସମୟରେ ବରର ଜଣେ ଘନିଷ୍ଠ ବନ୍ଧୁ ଅଭିନବ ଉପହାର ସହ ସେଠାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଲୋକ ଏହାର ଏକ ଭିଡ଼ିଓ ପ୍ରସ୍ତୁତ କରି ମଧ୍ୟ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ। ଯାହା ବହୁଳ ମାତ୍ରାରେ ଶେୟାର ହୋଇଥିଲା। ସାଙ୍ଗ ଜଣଙ୍କ ନବଦମ୍ପତିଙ୍କୁ ୫ଲିଟର ପେଟ୍ରୋଲ ଉପହାର ଭାବେ ଦେଇଥିଲେ।

ସୂଚନାଯୋଗ୍ୟ, ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ଏବେ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଛି। କାରଣ ଏବେ ତୈଳ ଦର ୯୦ ଛୁଇଁଲାଣି। ତେଣୁ ଏଇ ମହଙ୍ଗା ମାଡ ଏବେ ଧନୀଠାରୁ ଗରିବ ସମସ୍ତଙ୍କ ଉପରେ ପଡୁଛି। ତାମିଲନାଡୁରେ ଏବେ ପେଟ୍ରୋଲ୍‌ ଦାମ୍‌ ରହିଛି ୮୫ଟଙ୍କା ୧୫ ପଇସା

ପଢନ୍ତୁ;ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More