• Home
  • News
  • ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା
News

ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା

ଶ୍ରୀ ମନ୍ଦିରର ପରିସରକୁ ସଜାଡିବା ପାଇଁ ପ୍ରଶାସନର କଡା ବ୍ୟବସ୍ଥା । ଏହି କିଛିଦିନ ହେଲାଣି କ୍ରମାଗତ ଭାବେ ଏହି ବ୍ୟବସ୍ଥା ସବୁ ଚାଲିଛି । ବର୍ତମାନ ଆନଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା ଲାଗୁହେଇଛି । ରାସ୍ତାରେ ବସି ଅଭଡ଼ା ବିକ୍ରୀ ଠାରୁ ନାବାଳକ ଦ୍ୱାରା ଅଭଡ଼ା ବିକ୍ରୀ ଓ ଭକ୍ତଙ୍କୁ ପ୍ରସାଦ ଦେଇ ଦକ୍ଷିଣା ମାଗୁଥିବା ମାଓଗନ୍ତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ ।

ଏସବୁ ଘଟଣା ଗତକାଲି (୮ ସେପ୍ଟେମ୍ବର) ଠାରୁ ଲାଗୁ କରାଯାଇଛି । ମହାସୁଆରଙ୍କ ଅଭଡ଼ା ବିକ୍ରି ପାଇଁ ଭକ୍ତଙ୍କୁ ଡାକୁଥିବା ଯୁବକମାନଙ୍କୁ ମଧ୍ୟ ଆନନ୍ଦ ବଜାର ମଧ୍ୟରେ ପ୍ରବେଶ ପାଇଁ କଟକଣା କରାଯାଇଛି ।

ଆନନ୍ଦ ବଜାରରେ ଟଙ୍କ ତୋରାଣି ବିକ୍ରି ହେବା ନେଇ କୌଣସି ବିଧି ବ୍ୟବସ୍ଥା ନାହିଁ । ଏହାକୁ ଜଣେ ବିକ୍ରି ଆରମ୍ଭ କରିବା ପରେ ଏହା ଏବେ ୨୦ରୁ ୨୫ ଜଣ ବିକ୍ରି କରୁଛନ୍ତି । ଆନନ୍ଦ ବଜାରରେ ଟଙ୍କ ତୋରାଣୀ ଓ ରାବିଡ଼ି ବିକ୍ରୀ ମନା ନେଇ ଶ୍ରୀ ମନ୍ଦିର କାନ୍ଥରେ ପୋଷ୍ଟର ଲାଗିଛି ।

ଆଜିଠାରୁ ଚଢଉ ଜୋରଦାର କରାଯିବ । କଟକଣା ଅବମାନନା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିନେଇ ନୋଟିସ୍ ଜାରି କରାଯାଇଛି । ଆନନ୍ଦବଜାରରେ ବ୍ରାହ୍ମଣ ବେଶରେ ବୁଲି ମାଗୁଥିବା ବ୍ୟକ୍ତିମାନଙ୍କୁ କଟକଣା ଜାରି କରାଯାଇଛି । 

ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା  ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା

ପଢନ୍ତୁ ଗୁରଗାଁଓ ର ସ୍କୁଲ ଛାତ୍ର ପ୍ରଡ୍ୟୁମ୍ନ ଠାକୁର ଙ୍କ ମୃତ୍ୟୁ ରହସ୍ୟ ।

Related posts

ଯାତ୍ରୀଙ୍କୁ ଧମକ ଦେଲେ ଇଣ୍ଡିଗୋ କର୍ମଚାରୀ

Krishna Kumar Manoj

ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

Krishna Kumar Manoj

ଫେସବୁକର ସଂସ୍ଥାପକ ଜୁକରବର୍ଗଙ୍କୁ ଝଟକା, କୋଟି କୋଟି ୟୁଜର୍ସଙ୍କ ଡାଟା ଲିକ୍!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More