News

କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ମାରୁ ମାରୁ ମାରି ଦେଲି …..

ସଂଗ୍ରାମ ସହ ପ୍ରେମିକା ଗିରଫ

କୋଲକାତାରେ ଲୁଚିଥିଲେ ସଂଗ୍ରାମ

ଝଗଡା ଓ ପାଟିତୁଣ୍ଡ ସବୁବେଳେ ତ ଲାଗି ରହୁଥିଲା। ଛାଡପତ୍ର କଥା ଫାଇନାଲ ହୋଇଥିଲା। ସେଦିନ ତନୁଜାଙ୍କ ପୂର୍ବ କଥାକୁ ନେଇ ପୁଣି ପାଟିଟିଣ୍ଡ ହେଲା। ମୁଣ୍ଡକୁ ପିତ୍ତ ଚଢିଗଲା। ମାରୁ ମାରୁ ମାରି ଦେଲି। ସ୍ତ୍ରୀକୁ ମାରି କାରରେ ମୃତ ଦେହ ରଖି ଫେରାର ଥିବା ସଂଗ୍ରାମ ଆଇଚ ଗିରଫ ପରେ ପୋଲିସ ଆଗରେ ଏମିତି ବୟାନ ଦେଇଛି।

tanuja

ପ୍ରେମିକାଙ୍କୁ ବିବାହ କରିବା ଲାଗି ସଂଗ୍ରାମ ନିଜ ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇଥିବା ପୋଲିସ କହିଛି। ସଂଗ୍ରାମଙ୍କୁ ପୋଲିସ କଲିକତାରୁ ଗିରଫ କରିବା ସହିତ ତାଙ୍କ ପ୍ରେମିକା ସ୍ନିଗ୍ଧା ଦାଶ(୨୧)ଙ୍କୁ ଅପରାଧରେ ସହଯୋଗ ପାଇଁ ଗିରଫ କରାଯାଇଛି। ଏ ନେଇ ଲିଙ୍ଗରାଜ ଥାନାରେ ଏକ ହତ୍ୟା ମାମଲା(୨୦୦/୧୯) ଦଫା ୪୯୮(ଏ), ୩୦୨ରେ ରୁଜୁ ହୋଇଛି। ସଂଗ୍ରାମଙ୍କ ଘର ଢେଙ୍କାନାଳ ଜିଲା ମୃଦଙ୍ଗ ଗ୍ରାମରେ ହୋଇଥିବା ବେଳେ ତାଙ୍କ ପ୍ରେମିକାଙ୍କ ଘର ଢେଙ୍କାନାଳ ଚନ୍ଦନ ବଜାରରେ। ପୋଲିସ ଉକତ୍‌ କାର(ଓଆର-୦୨-ଏଏମ୍‌-୨୬୦୦) ସହିତ ମାରଣାସ୍ତ୍ର, ରକ୍ତଭିଜା ଚାଦର ଓ ଦୁଇଟି ଫୋନ୍‌କୁ ଜବତ କରିଛି।

ସୂଚନାଯୋଗ୍ୟ,ଅଭିଯୁକ୍ତ ସଂଗ୍ରାମ ନାଁରେ ପୂର୍ବରୁ ଏକ ଦୁଷ୍କର୍ମ ମାମଲା ରହିଛି। ସେହି ଘଟଣାରେ ପୁଲିସ ତାକୁ ଗିରଫ କରି ପାରି ନଥିଲା। ପୁଣି ତନୁଜାଙ୍କୁ ହତ୍ୟା ନେଇ ଆଉ ଏକ ମାମଲା ସଂଗ୍ରାମଙ୍କ ନାଁରେ ଯୋଡ଼ି ହୋଇଯାଇଛି। ଏପଟେ ପୁଲିସ ସଂଗ୍ରାମଙ୍କ ପୁଅକୁ ତା’ ମା ତନୁଜାଙ୍କ ବାପଘରକୁ ପଠାଇବା ଲାଗି ନିଷ୍ପତ୍ତି ନେଇଛି।

ପଢନ୍ତୁ;ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

Related posts

ଚିକିତ୍ସା ବିଜ୍ଞାନର ଚମତ୍କାରିତା, ରୋଗୀ ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦେବ ଡିଜିଟାଲ ମେଡିସିନ

ENO Beuro

ପୌରପାଳିକା ଉପ ନିର୍ବାଚନ : ମାତ୍ର ୫ଦିନ ରହିଲା

ENO Beuro

ଡିସେମ୍ବର ପହିଲାରୁ ସମସ୍ତ ଚାରି ଚକିଆ ଯାନ ପାଇଁ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ

ENO Beuro

Leave a Comment