Entertainment

ଅଡୁଆରେ ରାକ୍ଷୀ ସାୱନ୍ତ,ତନୁଶ୍ରୀ ଦାୟର କଲେ ୧୦ କୋଟିର ମାନହାନି ମକଦ୍ଦମା

tanu

ବଲିଉଡ୍‌ରେ #MeToo ଅଭିଯାନରେ ତନୁଶ୍ରୀ ଦତ୍ତ ପ୍ରଥମେ ସାମିଲ୍‌ ହୋଇ ନାନା ପାଟେକରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ଅନେକ ବଲିଉଡ୍‌ ଷ୍ଟାର ତନୁଙ୍କ ସପୋର୍ଟରେ ବାହାରିଥିଲେ। କିନ୍ତୁ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ତାଙ୍କ ନା’ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆଉ ସେହି ମନ୍ତବ୍ୟର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫସି ଯାଇଛନ୍ତି ରାକ୍ଷୀ ସାୱନ୍ତ । ତନୁଶ୍ରୀ ତାଙ୍କ ନାଁରେ ମାନହାନୀ ମକୋଦ୍ଦମା ଦାଏର କରିଛନ୍ତି। ଏହା ସହ ଦାବି କରିଛନ୍ତି ୧୦ କୋଟି ଟଙ୍କା

tanu

ସୂଚନାଯୋଗ୍ୟ, #MeToo ଅଭିଯାନ ମାଧ୍ୟମରେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ ଆଣିବା ପରେ ରାକ୍ଷୀ ତାଙ୍କୁ ସମାଲୋଚନା କରିଥିଲେ । ତନୁଶ୍ରୀଙ୍କୁ କଟାକ୍ଷ କରି ସେ ଦିନର ଘଟଣା ବିଷୟରେ ରାକ୍ଷୀ କହିଥିଲେ ଯେ, ‘ତନୁଶ୍ରୀ ଡ୍ରଗ୍ସ ନେଇ ତାଙ୍କ ମେକଅପ ଭ୍ୟାନରେ ପଡ଼ିଥିଲେ । ଏକ ଗୀତର ସୁଟିଂ ପାଇଁ ତାଙ୍କୁ ଯେତେ ଡାକୁଥିଲେ ମଧ୍ୟ ସେ ବାହାରକୁ ବାହାରିନଥିଲେ । ତେଣୁ ତନୁଶ୍ରୀଙ୍କ ସ୍ଥାନରେ ନାନାଙ୍କ କହିବା ଅନୁଯାୟୀ ମୁଁ ଡ୍ୟାନ୍ସ କରିଥିଲି ।’ ବୋଲି ରାକ୍ଷୀ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ତନୁଶ୍ରୀ କେବଳ ପବ୍ଲିସିଟି ପାଇଁ ଏମିତି କରୁଛନ୍ତି। ନାନା ପାଟେକରଙ୍କ ବି‌େରାଧରେ ଆସିଥିବା ଅଭିଯୋଗ ମିଥ୍ୟା। ତନୁଶ୍ରୀ ଦତ୍ତା ପାଗଳ ହୋଇ ଯାଇଛନ୍ତି ଏବଂ ସେ ଗତ ୧୦ ବର୍ଷ ହେବ କୋମାରେ ଥିଲେ।

ପଢନ୍ତୁ;ଜାତୀୟ ପୁଲିସ ସ୍ମାରକୀକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

Related posts

ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

ENO Beuro

ବିଭାହ କଲେ ଅଭିନେତ୍ରୀ ଶ୍ରୀୟା ସରନ

ENO Beuro

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ENO Beuro

Leave a Comment