Entertainment

ନାନା ପାଟେକରଙ୍କ ନାଁ’ରେ ବିରାଟ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ନାଁରେ ବିରାଟ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ପ୍ରତି ନାନାଙ୍କ ଆଚରଣ ଆଦୌ ଭଲ ନୁହେଁ ବୋଲି ସେ ମତ ଦେଇଛନ୍ତି। ତନୁଶ୍ରୀ ୨୦୦୮ରେ ଅଭିଯୋଗ କରିଥିଲେ ଯେ ଅଭିନେତା ନାନା ପାଟେକରଙ୍କ ଉପରେ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ସମୟରେ ତାଙ୍କ ସହିତ ର୍ଦୁବ୍ୟବହାର କରିଥିଲେ । ତନୁଶ୍ରୀ କହିଥିଲେ ଯେ କଣ୍ଟ୍ରାକ୍ଟ ଅନୁସାରେ ଫିଲ୍ମରେ ତାଙ୍କର ଏକ ଆଇଟମ ନମ୍ବର କରିବାର ଥିଲା କିନ୍ତୁ ନାନା ପାଟେକର ସେଠାକୁ ଆସି ତାଙ୍କୁ ଖରାପ ଭାବରେ ଛୁଇଁଥିଲେ।

tanu

ତନୁଶ୍ରୀ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ସହ ହୋଇଥିବା ଏହି ଦୁର୍ବ୍ୟବହାର ବିଷୟରେ ଯେତେବେଳେ ସେ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ କହିଲେ, ସେତେବେଳେ ସେ ସ୍ପଷ୍ଟ ଭାବେ କହିଥିଲେ ଯେ ତୁମକୁ ନାନାଙ୍କ କଥା ମାନିବାକୁ ପଡ଼ିବ। ସେ କେବଳ ତାଙ୍କ ସହ ଦୁର୍ବ୍ୟବହାରର ଅଭିଯୋଗ କରି ନାହାନ୍ତି ବରଂ କିଛି ଗୁଣ୍ଡାଙ୍କ ମାଧ୍ୟମରେ ନାନା ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ମଧ୍ୟ କହିଥିଲେ। ତାଙ୍କ କହିବା ଅନୁସାରେ, ନାନା ପାଟେକରଙ୍କ ବିରୋଧରେ ସ୍ୱର ଉଠାଇବା ଯୋଗୁଁ ତାଙ୍କୁ ଚଳଚ୍ଚିତ୍ରରୁ ବାହାର କରିଦିଆ ଯାଇଥିଲା।

ତନୁଶ୍ରୀଙ୍କ ଏହି ବୟାନ ପରେ ଗଣେଶ ଆଚାର୍ଯ୍ୟ ସୋସିଆଲ ମିଡିଆରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହି କଥା ବହୁ ପୁରୁଣା ଏବଂ ମୋତେ ସେ ବିଷୟରେ ଭଲ ଭାବେ ଧ୍ୟ୍ୟାନ ନାହିଁ । ଯେଉଁ ପର୍ଯ୍ୟନ୍ତ ମୋର ମନେ ଅଛି ଏହା ଏକ ଡୁଏଟ ସଙ୍ଗ ଥିଲା ସୋଲୋ ସଙ୍ଗ ନୁହେଁ ଏବଂ ସେଦିନ କିଛି ଭୁଲବୁଝାବଣା କାରଣରୁ ୩-୪ ଘଣ୍ଟା ସୁଟିଂ ବିଳମ୍ବ ହୋଇଥିଲା।  ଆଉ ମଧ୍ୟ କହିଛନ୍ତି ନାନା ପାଟେକରଙ୍କ ଜଣେ ଖୁବ ଭଲ ବ୍ୟକ୍ତି । ସେ ଏପରି କିଛି କରି ପାରିବେ ନାହିଁ । ସେ ଲୋକମାନଙ୍କୁ ଅନେକ ସାହାଯ୍ୟ କରିଥାନ୍ତି ।

ପଢନ୍ତୁ;  ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌,ହତ୍ୟା ଧମକ

Related posts

ଖୁବଶୀଘ୍ର ମଲାଇକାକୁ ବିବାହ କରିବେ ଏହି ବଲିଉଡ ଅଭିନେତା

ENO Beuro

ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଫନ୍ନେ ଖାଁ, ମୁଲ୍କ ଏବଂ କାରୱାଁ

ENO Beuro

ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯ ଜିତିଲେ ସୁଗନ୍ଧା ଦାତେ

Ratnamani Moharana

Leave a Comment