ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଊଡ଼ କଣ୍ଠଶିଳ୍ପୀ ତପୁ ମିଶ୍ର। ଆସନ୍ତା ୧୨ ତାରିଖରେ ତାଙ୍କର ଶୁଭ ପରିଣୟ। ନଭେମ୍ବର ୯ରେ ଅଭିନେତା ଦୀପକ ପୂଜାହାରୀଙ୍କ ସହ ତପୁଙ୍କ ନିର୍ବନ୍ଧ ହୋଇଛି। ମଙ୍ଗଳବାର ସୋସି୍ଆଲ ମିଡିଆରେ ଫଟୋ ଶେୟାର କରିବା ପରେ ଏହି କଥା ସାମ୍ନାକୁ ଆସିଥିଲା। ନିଜ ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇ ତପୁ ଲେଖିଛନ୍ତି, “ମୋ ସପନର ସୌଦାଗର ମୋ ଜୀବନକୁ ଆସିସାରିଛନ୍ତି, ଏଥିପାଇଁ ଆପଣମାନଙ୍କ ଭଲପାଇବା ଓ ଶୁଭେଚ୍ଛା କାମନା କରୁଛି।” ଆହୁରି ମଧ୍ୟ ଲେଖିଛନ୍ତି, ଦୀପକ ମୋ ଜୀବନରେ ଜଣେ ସତ ଅଭିନେତା ।
ସୂଚନାଯୋଗ୍ୟ, ଅଭିନେତା ଦୀପକ ପୂଜାହାରୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। ସେ ଅନେକ ବିଜ୍ଞାପନ, ଟେଲି ଧାରା ବାହିକ ତଥା ସମ୍ବଲପୁରୀ ଭିଡିଓରେ ଅଭିନୟ କରିସାରିଛନ୍ତି। ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ ରେ ମଧ୍ୟ ସେ ଅଭିନୟ କରିଛନ୍ତି।