POLITICALS

କଂଗ୍ରେସର ପରାଜୟ ପାଇଁ ପୁତ୍ର ପ୍ରେମ ଦାୟୀ

Kk

ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କଂଗ୍ରେସ  ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ । ବିଶେଷ କରି ନିର୍ବାଚନରେ କିଛି ନେତାଙ୍କ ପୁତ୍ରମୋହକୁ କଂଗ୍ରେସ ପରାଜୟର ମୁଖ୍ୟ କାରଣ ବୋଲି କହିଛନ୍ତି। କିଛି ନେତା ନିର୍ବାଚନରେ ନିଜ ପୁଅ ପାଇଁ ଟିକେଟ  ଯୋଗାଡ କରିବା ଘଟଣାକୁ ରାହୁଲ ଆଦୌ ଗ୍ରହଣ କରିପାରିନଥିଲେ। ଦିଲ୍ଲୀରେ ଆକ୍ସନ ଚାଲିଥିବା ବେଳେ ଓଡ଼ିଶାରେ ଦେଖିବାକୁ ମିଳିଛି ରିଆକ୍ସନ । ପୁତ୍ରମୋହ ନେଇ ରାହୁଲ ବରିଷ୍ଠ ନେତାମାନଙ୍କ ଉପରେ ପ୍ରବଳ ବର୍ଷିଥିବା ବେଳେ ଏପଟେ ପିସିସି ଭିତରେ ବି ପୁତ୍ରମୋହ ଉପାଖ୍ୟାନ ଆରମ୍ଭ ହୋଇଛି ।

 

 

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଓ ପୁଅ ନଭଜ୍ୟୋତି  ପଟ୍ଟନାୟକଙ୍କୁ ସିଧାସିଧା ଟାର୍ଗେଟ୍ କରିବା ସହ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେମାନେ ବି ଅନେକାଂଶରେ ଦାୟୀ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର  କିନ୍ତୁ ମାପିଚୁପି ଉତ୍ତର ରଖିଛନ୍ତି । ନିଜ ପୁଅ ସମ୍ପର୍କରେ ପ୍ରଶ୍ନ ହେବା ପରେ ସ୍ବର ନରମ କରିଛନ୍ତି । ଗତ ତିନିଟି ନିର୍ବାଚନରେ ତାଙ୍କ ପୁଅ ଦଳ ପାଇଁ କାମ କରିଛି । ସେଥିପାଇଁ ତାଙ୍କୁ ଟିକେଟ୍ ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ନରସିଂହ ।

ପଢନ୍ତୁ: ଦାମ ରାଉତ ନୁହେଁ , ବାପାଙ୍କଠୁ ପରାମର୍ଶ ନେବି: ସମ୍ବିତ ରାଉତ

Related posts

ଆଜି ହେବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

Ratnamani Moharana

ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଲ ଗାନ୍ଧୀ

ENO Beuro

ଆଜିଠୁ କର୍ଣ୍ଣାଟକରେ ନୂଆ ସରକାର, ସଂଧ୍ୟା ୬ଟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା

Ratnamani Moharana

Leave a Comment