Movie News

ତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେ

ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନର ତା’ର ସିନେମା ଗୁଡିକ ପାଇଁ ସବୁବେଲେ ଆଗ ଧାଡିରେ ରହିଆସିଛି । ବହୁ ନାମିଦାମି କଳାକାର ଙ୍କ କ୍ୟାରିୟର ଆରମ୍ଭ ହେଇଛି ଏହି ବ୍ୟାନର ଦ୍ଵାରା । ସେଭଳି ଆଉ କିଛି କଳାକାରଙ୍କ ଅଭିନୟ ଜୀବନର ଶୁଭାରମ୍ଭ କରିବାକୁ ଯାଉଛି ତରଙ୍ଗ ବ୍ୟାନର । ଜ୍ୟୋତି ରଞ୍ଜନ, ସସ୍ମିତା ଙ୍କ ଭଳି ନାୟକ ନାୟିକା ମାନେ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି ।

ଜ୍ୟୋତି ରଞ୍ଜନ, ସସ୍ମିତା, ଏଲିନା ଓ ସମ୍ବିତ ଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ସିନେମା । ଯେଉଁଥିରେ ସମ୍ବିତ ଙ୍କ ବିପକ୍ଷରେ ସସ୍ମିତା ଓ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିବେ ଏଲିନା ସାମନ୍ତରାୟ । ସିନେମାଟିର ନାଁ ସହ ଅନ୍ୟାନ୍ୟ ତଥ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ ।

କିଏ ହେବ ମୋ ହିରୋଇନ ରିଆଲିଟି ଶୋ ରୁ ଯାତ୍ରା ଆରମ୍ଭ କରିଥିବା ସସ୍ମିତା ଏହି ସିନେମା ଦ୍ଵାରା ଅଭିନୟ କ୍ଷେତ୍ରକୁ ପାଦ ରଖୁଛନ୍ତି । ଜ୍ୟୋତି, ଏଲିନା ଓ ସମ୍ବିତ ଓଲିଉଡର ଲୋକପ୍ରିୟ ଚେହେରା ।

ଜ୍ୟୋତି, ଏଲିନା ଓ ସମ୍ବିତ ଙ୍କ ଶେଷ ସିନେମା ଯଥାକ୍ରମେ, ତୁ ମୋ ହୀରୋ, କବୁଲା ବାରବୁଲା ଓ ତମକୁ ଦେଖିଲା ପରେ । ଏଲିନାଙ୍କୁ ମଧ୍ୟ ସବ୍ୟସାଚୀଙ୍କ ବିପକ୍ଷରେ ଆଉ ସାର୍ଥକର ଏକ ନୂଆ ସିନେମାରେ ଦେଖିବାକୁ ମିଳିବ । ଜ୍ୟୋତିଙ୍କ ହାତରେ ମଧ୍ୟ ବିଗ ବ୍ରଦର ନାମକ ଅନ୍ୟ ଏକ ଚଳଚ୍ଚିତ୍ର ରହିଛି ।

ତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେ

ପଢନ୍ତୁ, କେନ୍ଦୁଝରରେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ‘ଆଦିରଙ୍ଗ ମହୋତ୍ସବ’ ଆରମ୍ଭ

Related posts

Krishna Is A New Ollywood Romantic Film Produced And Directed By Jitu Rout

ENO Beuro

Revenge Upcoming Odia Cinema

Jitendra

Odia Movie “Tamaku Dekhila Pare” Will Go Ahead To Release

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More