POLITICALS

ହାର୍ଦିକ ପଟେଲଙ୍କୁ ଚାପୁଡ଼ା ମାରିବାର କାରଣ କହିଲେ ତରୁଣ: ରାଜନୈତିକ ନୁହେଁ ବ୍ୟକ୍ତିଗତ କାରଣ ଥିଲା

ଆସନ୍ତାକାଲି ଗୁଜରାଟର ସୁରେନ୍ଦ୍ରନଗରରେ ଜନ ଆକ୍ରୋଶ   ସଭାରେ ହାର୍ଦ୍ଦିକ ଭାଷଣ ଦେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ହଠାତ୍‌ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା  ମାରିଥିଲେ। ହାର୍ଦିକ ତରୁଣ ଗୁଜ୍ଜରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପରେ ପୁଲିସ ତରୁଣଙ୍କୁ ପଚରାଉଚରା କରିଥିଲା। ବିଜେପି ତାଙ୍କୁ ମାରିବାକୁ ଷଡଯନ୍ତ୍ର  କରୁଛି ବୋଲି ଉଲ୍ଲେଖ କରିଥିଲେ ହାର୍ଦ୍ଦିକ। ତେବେ ତରୁଣ ସେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହନ୍ତି ବୋଲି କହିଛନ୍ତି। ହାର୍ଦ୍ଦିଙ୍କୁ ମାଡ ମାରିବା ପଛରେ ବ୍ୟକ୍ତିଗତ କାରଣ  ଥିଲା।

 

ତାଙ୍କ କହିବାନୁଯାୟୀ, ଯେତେବେଳେ ପଟିଦାର ଆନ୍ଦୋଳନ   ଚାଲୁଥିଲା ସେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ  ଥିଲେ ଏବଂ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ପ୍ରସବ ପରେ ସେ ଯେତେବେଳେ ନିଜ ଶିଶୁ ପାଇଁ ଔଷଧ ଆଣିବାକୁ ଔଷଧ ଦୋକାନ ଯାଇଥିଲେ ସେତେବେଳେ ସବୁ ଦୋକାନ ବନ୍ଦ ଥିଲା | ବହୁତ କଷ୍ଟରେ ତାଙ୍କ ଶିଶୁର ଜୀବନ  ବଂଚିଥିଲା | ସେହିଦିନ ଠାରୁ ସେ କ୍ରୋଧରେ ଜର୍ଜରିତ ଥିଲେ | ସେହିଦିନ ସେ ପ୍ରତିଶୃତି ନେଇଥିଲେ ଯେ, ହାର୍ଦିକ ପଟେଲଙ୍କୁ ଉଚିତ ଜବାବ ଦେବେ | ସେଥିପାଇଁ ଆଜି ତାଙ୍କୁ ମଉକା ମିଳିବାରୁ  ସେ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି କହିଛନ୍ତି |
ପଢନ୍ତୁ: ବିଜେଡିର ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ

Related posts

ହିଞ୍ଜିଳି ଓ ଭଣ୍ଡାରୀପୋଖରୀରୁ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Ratnamani Moharana

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Ratnamani Moharana

୧ ରେ ଅମିତ ଶାହା ଓ ୨ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗ୍ରସ୍ତ

Ratnamani Moharana

Leave a Comment