News

ଏବେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯାତାୟାତ ଖର୍ଚ୍ଚ

Untitled 1

ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ସ୍କୁଲ  ବନ୍ଦ ହେବ । ଏବଂ ସେହି ଛାତ୍ରଛାତ୍ରୀଙ୍କୁ ଏକ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲ ଗୁଡିକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯିବ । ତେବେ ସେମାନଙ୍କୁ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର । ଏକ କିମିରୁ ସ୍କୁଲର ଦୂରତା ଅଧିକ ହେଲେ ପିଲାଙ୍କୁ ବାଟ ଖର୍ଚ୍ଚ ଦିଆଯିବ । ତେବେ ସ୍କୁଲ ପିଲାଙ୍କ ବାଟଖର୍ଚ୍ଚ ସେମାନଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ସିଧା ପଠାଯିବ । ମାସକୁ ୩ ହଜାର ଟଙ୍କା ଲେଖାଏଁ ଯାତାୟାତ ଖର୍ଚ୍ଚ ଦେବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରାଛାତ୍ରୀଙ୍କୁ ମାସକୁ ୬ ଶହ ହିସାବରେ ୧୦ ମାସକୁ ଦିଆଯିବ ୬ ହଜାର ଟଙ୍କା । ୫୦ରୁ ୭୪ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୪ ଶହ ଟଙ୍କା ହିସାବରେ ୧୦ ମାସକୁ ୪ ହଜାର ଟଙ୍କା ଏବଂ ୩୦ରୁ ୪୯ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୩ ଶହ ଟଙ୍କା ହିସାବରେ ୧୦ ମାସକୁ ୩ ହଜାର ଟଙ୍କା ବାଟଖର୍ଚ୍ଚ ଦିଆଯିବ । ସେହିପରି ୩୦ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଖର୍ଚ୍ଚ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ପଢନ୍ତୁ: ଜେଲ୍‌ରୁ ବାହାରି ଚାଷ କରିବାକୁ ଚାହୁଁଛି ଗୁରମିତ ରାମ ରହିମ

Related posts

ପିଏନ୍‌ବି ମହାଠକେଇ ମାମଲା : ନିରବ ମୋଦୀଙ୍କ ଠାରୁ ୯ଟି ଦାମୀ କାର୍‌ ଜବତ

ENO Beuro

ଓଡିଶାରେ ବିଳମ୍ବ ହେବ ଭୋଟ ଫଳ ଘୋଷଣା

Ratnamani Moharana

ଆମ ଗାଁ ଆମ ବିକାଶ:୭୭୭ ପ୍ରକଳ୍ପ ପାଇଁ ସାଢେ ୧୭ କୋଟି ମଞ୍ଜୁରୀ

ENO Beuro

1 comment

Leave a Comment