News

ତତ୍ଵ ଶ୍ରୀଜଗନ୍ନାଥ

Untitled 1

କାହିଁକି ଦହିବାଲୀକୁ ଦେଖି ଅଟକି ଗଲେ ପ୍ରଭୁ ଶ୍ରୀଜଗନ୍ନାଥ !

 

ପୁରୀ ଗଜପତିଙ୍କ କାଞ୍ଚି ଅଭିଯାନ ସମୟରେ ପ୍ରଭୁଙ୍କ ଲୀଳା ବେଶ ବିଖ୍ୟାତ। ପ୍ରଭୁ ନିଜେ ସୈନିକ ହୋଇ ଯୁଦ୍ଧ କରିବାକୁ ଯାଇଥିଲେ। ଏବଂ ବାରମ୍ବାର ପରାଜୟ ସ୍ଵୀକାର କରିଥିବା ଗଜପତି ରାଜା ପ୍ରଭୁଙ୍କ କୃପାରୁ ଶେଷଥର ଯୁଦ୍ଧରେ ଜିତିଥିଲେ। ସେହି ଯୁଦ୍ଧ କରିବାକୁ ରାଜା ଯାଉଥିବା ସମୟରେ ସମୟରେ ତାଙ୍କ ଆଗକୁ ମାଣିକ ନାମକ ଗଉଡୁଣୀ ଧାଇଁ ଆସି ଗୁହାରି କଳା। ମହାରାଜା ! ଆପଣଙ୍କର ଦୁଇ ଜଣ ସୈନିକ ମୋ ଠାରୁ ଦହି ପିଇଛନ୍ତି। ଅର୍ଥ ବଦଳରେ ସେମାନେ ଏହି ସେମାନେ ଏହି ମୁଦ୍ରିକାଟି ଦେଇ ଯାଇଛନ୍ତି। ଏହି ମୁଦ୍ରିକାଟି ଅନୁଯାୟୀ କୌଣସି ସୈନିକ ଆଗରେ ଯାଇନାହାନ୍ତି। ପୁଣି ଏହି ମୁଦ୍ରିକାଟି ତ ପ୍ରଭୁ ଜଗନ୍ନାଥ ପିନ୍ଧୁଥିବା ସ୍ଵର୍ଣ ମୁଦ୍ରିକା। ସେହି ଦୁଇ ଅଶ୍ଵାରୋହୀ ଆଉ କେହି ନୁହନ୍ତି, ସାକ୍ଷାତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଅଗ୍ରଜ ପ୍ରଭୁ ବଳଭଦ୍ର। ଧନ୍ୟ ହୋଇଗଲ ତୁମେ ମାଣିକ। ପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ କେତେ ଜଣଙ୍କ ଭାଗ୍ୟରେ ଥାଏ।  ଯାହାଙ୍କ ରୂପ ଦର୍ଶନ ଲାଗି କେତେ ସାଧୁ, ସନ୍ଥ, ମୁନି ଜନ୍ମ ଜନ୍ମାନ୍ତର ତପସ୍ୟା କରିଚାଲିଛନ୍ତି। କେତେ ଶାସ୍ତ୍ର, ପୁରାଣ ଅଧୟନ କରି ମଧ୍ୟ ଯାହାର ରୂପକୁ କଳନା କରିହୁଏନା। ତାଙ୍କ ସହ କଥା ହେଲା। ପୁଣି ସେ ତୁମକୁ ମୁଦ୍ରିକା ବଢାଇଦେଲେ। ଶ୍ରୀଅଙ୍ଗ ପରଶ ତ କୋଟି ଜନ୍ମର ଫଳ ସଦୃଶ୍ୟ। ହେ ମାଣିକ! ତୁମେ ହିଁ ପ୍ରକୃତରେ ମହାନ ଭକ୍ତ। ରାଜାଙ୍କ କଥା ସୂନୀ ମାଣିକ ଆଖିରୁ ଧାରଧାର ଅଶ୍ରୁ ବୋହିଗଲା। ସେ ବିକଳ ହୋଇ ବୋବାଳି ପକାଇଲା। ମୁଁ ହତଭାଗୀ କଣ କଲି? ସାରା ଜଗତ ଯାହା ପାଖକୁ ସବୁକିଛି ମାଗିବାକୁ ଯାଏ, ସେହି ମହାପ୍ରଭୁ ମୋ ପାଖକୁ ଆସିଥିଲେ। ତାଙ୍କୁ ଶୋଷ ଲାଗୁଥିଲା, ମୁଁ ଚାଣ୍ଡାଳୁଣୀ ତାଙ୍କୁ ଅଚିହ୍ନା ବାରିଲି। ଦହି ଦେଲି, ଅର୍ଥ  ମାଗିବାରୁ ସେମାନେ ହସ୍ତ ମୁଦ୍ରିକା ଦେଲେ। ମୁ କେଡେ ଲୋଭୀ। ତାଙ୍କ ଚରଣ ଟିକେ ଛୁଇଁ ପାରିଲିନି। ରାଜା କିନ୍ତୁ ଭାବ ବିହ୍ଵଳ। ଯୁଦ୍ଧ କଥା ମନରୁ ପାସୋରି ଦେଲେଣି। ଯେଉଁଠିକି ପ୍ରଭୁ ଯାଇଛନ୍ତି, ଆମର ବା କି ଆବଶ୍ୟକତା? ମାଣିକକୁ କହୁଛନ୍ତି – ତମେ କନ୍ଦିବା ଛାଡି ମୋତେ କହିଲା ମୋ ପ୍ରଭୁଙ୍କ ରୂପ କେମିତି ଥିଲା? ରଙ୍କ ଅଧର କେମିତି ଥିଲା? ମହାପ୍ରଭୁଙ୍କ ସୁନ୍ଦର ମଧୁର ମୁଖ ଦେଖିବାକୁ କେମିତି ଥିଲା। ରାଜାଙ୍କ ଆଖିରୁ ଲୁହ ଆସିଗଲା। ପୁଣି ପଚାରୁଛନ୍ତି – କେମିତି ତମେ ମହାପ୍ରଭୁଙ୍କୁ ପ୍ରାଥର୍ନା କରୁଥିଲ? କେମିତି ଭାବରେ ତୁମେ ପ୍ରଭୁଙ୍କୁ ଡାକୁଥିଲ ଯେ ସେ ଆସି ସ୍ଵୟଂ ତୁମ ଆଗରେ ଆବିର୍ଭାବ ହେଲେ, କଥା ହେଲେ, ଶ୍ରୀଅଙ୍ଗ ସ୍ପର୍ଶ କରାଇ ହସ୍ତ ମୁଦ୍ରିକା ଦେଲେ? ଆମକୁ ସେହି ବାଟ ବତାଅ। ଏସବୁ ପ୍ରଶ୍ନର ଉତ୍ତର ଶୁଣି ମାଣିକ କେବଳ କାନ୍ଦୁଥିଲା। ହେ ପ୍ରଭୁ! ତୁମେ ଆଉଥରେ ଆସ। ମୋର କିଛି ଦରକାର ନାହି। ମୁଁ  ତୁମକୁ ମନଭରି ଦହି ଖୁଆଇବି। ମାଣିକଙ୍କ ପ୍ରେମ ଭକ୍ତି ଭାବ ଅମର ହୋଇରହିଜାଇଛି।

 

ଏପରି ପୁଣ୍ୟବନ୍ତ ଭକ୍ତ ପାଖକୁ ହିଁ ମହାପ୍ରଭୁଙ୍କ ଡୋରୀ ଲାଗେ। ଅଚିହ୍ନା ହୋଇ ଭକ୍ତ ପାଖକୁ ଯାଆନ୍ତି ମହାପ୍ରଭୁ। ତାଙ୍କରି କୃପାରୁ ହିଁ ସବୁ କିଛି ହୁଏ। ଆମେ ତାହା ଅନୁଭବ କରିବା ଦରକାର। ମହାପ୍ରଭୁ ନିଜେ ପିଲାଟିଏ ପରି ସତେ ମାଆ ଠାରୁ ଦହି ମାଗି ଖାଇଲେ। ଭକ୍ତିର ଏପରି ନିଦର୍ଶନ ଭକ୍ତି ଜଗତରେ ବିରଳ।

Related posts

ଖଣି ଜରିମାନାକୁ ନେଇ ରାଜ୍ୟ ସରକାର ଲିଜଧାରୀମାନଙ୍କୁ ଶୁଣାଇଲେ କଠୋର ବାଣୀ

ENO Beuro

ହାଡ ଭଙ୍ଗା ଜାଡ, ଆହୁରି ଦୁଇଦିନ ନିସ୍ତାର ନାହିଁ

ENO Beuro

ଆଦିବାସୀ ମେଳା ପାଇଁ ୫୭ବର୍ଷର ପରମ୍ପରା ବଦଳିବ, ମେଳା ପାଇଁ ନୂତନ ସ୍ଥାନ ଚୟନ

ENO Beuro

1 comment

Leave a Comment