News

ଆୟକର ରିଟର୍ଣ୍ଣ ର ଆଜି ଶେଷ ଦିବସ – ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ

ଆୟକର ରିଟର୍ଣ୍ଣ ର ଆଜି ଶେଷ ଦିବସ - ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ

ଆର୍ଥିକ ବର୍ଷ ୨୦୧୬-୧୭ରେ ଆୟକର ରିଟର୍ଣ୍ଣ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆଜି ହେଉଛି ଶେଷ ଦିନ । ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ ବୋଲି ସରକାର ଆୟକର କାର୍ଯ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଶନିବାର ଅଧା କାର୍ଯ୍ୟ ଦିବସ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସିବିଡିଟି ଏ ସମ୍ପର୍କରେ ନିଜର ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି ।

ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧କୁ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଲକ୍ଷାଧିକ ଗ୍ରାହକ ଆୟକର ରିଟର୍ଣ୍ଣ କରିପାରି ନଥିଲେ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଅଗଷ୍ଟ ୫ ପର୍ଯ୍ୟନ୍ତ ନିଦ୍ଧିଷ୍ଟ ତାରିଖକୁ ବଢ଼ାଇ ଦେଇଥିଲେ । ପୂର୍ବ ବର୍ଷମାନଙ୍କରେ ଅନ୍ତିମ ତାରିଖକୁ ବଢ଼ାଇ ଦିଆଯାଇଥିଲା । କିନ୍ତୁ ଏଥର ଅନଲାଇନ ମାଧ୍ୟମରେ ଆୟକର ରିଟର୍ଣ୍ଣ ବାଧ୍ୟତାମୂଳକ କରି ଦିଆଯାଇଥିବାରୁ ସମୟକୁ ବଢ଼ାଇ ଦିଆଯାଇଛି ବୋଲି ସରକାର କହିଛନ୍ତି ।

ଶନିବାର ଅନ୍ତିମ ଦିବସ ହେଉଥିବାରୁ ସିବିଡିଟି ପକ୍ଷରୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ସିବିଡିଟି ସମସ୍ତ ଆୟକର କାର୍ଯ୍ୟାଳୟଗୁଡ଼ିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୬-୧୭ ସ୍ଲାବ ହିସାବରେ ଆୟକର ରିହାତି ସୀମା ୬୦ବର୍ଷରୁ କମ ପୁରୁଷ ଓ ମହିଳାଙ୍କ ପାଇଁ ୨.୫ ଲକ୍ଷ ଟଙ୍କା । ଏଥିରୁ ଯଦି ଅଧିକ ଆୟ କରୁଥାନ୍ତି, ତା’ହେଲେ ରିଟର୍ଣ୍ଣ ଫାଇଲ କରିବାର ଆବଶ୍ୟକତା ରହିଛି ।  ସେହିପରି ୬୦ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ୩ଲକ୍ଷ ଓ ୮୦ ବର୍ଷରୁ ଅଧିକ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଆୟକର ରିହାତି ଅଛି ।

ଆୟକର ରିଟର୍ଣ୍ଣ ର ଆଜି ଶେଷ ଦିବସ - ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ

Related posts

ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ENO Beuro

୧୫‌ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ

ENO Beuro

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ENO Beuro

Leave a Comment