EnewsOdia.Com

ଚା’ ପ୍ରେମୀମାନେ ସାବଧାନ! ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି ବିନା ଶେଯରୁ ଉଠନ୍ତି ନାହିଁ । ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା’ ପିଇ ଆପଣ ନିଜ ପେଟର ସିଧାସଳଖ କ୍ଷତି ପହଁଚାଉଛନ୍ତି । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢ଼ିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ବେଡ୍ ଟି ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦିଏ ।

୧ – ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଜଣେ , ତାହେଲେ ଖାଲି ପେଟରେ କ୍ଷୀର ଚା’ ପିଅନ୍ତୁ ନାହିଁ । ଖାଲି ପେଟରେ ଅଧିକ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୁଏ । ଆଉ ଗୋଟେ କଥା ହେଲା ଚା’ରେ କ୍ଷୀର ମିଶାଇବା ଦ୍ୱାରା ଆଣ୍ଟିଅକ୍ସିଡେଂଟର ପ୍ରଭାବ କମିଯାଇଥାଏ ।

୨ – ଯଦି ଆପଣ ଏହା ଭାବି ଖୁସି ହେଉଛନ୍ତି ଯେ, କମ୍ କ୍ଷୀରର ଷ୍ଟ୍ରଗ୍ ଚା’ ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।

୩ – ଯଦି ଆପଣ ଏହା ବି ଭାବୁଛନ୍ତି ଯେ ଆପଣ ଚା’ ଖାଇବା ପରେ ପିଉଛନ୍ତି , ତଥାପି ଆପଣ ସମସ୍ୟାରୁ ବାହାର ନୁହଁନ୍ତି । ଆମେ ସମସ୍ତେ ଜାଣନ୍ତି ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।

୪ – ଯଦି ଆପଣ ଦିନରେ ୪ରୁ ୫ଥର ଚା’ ପିଉଥାନ୍ତି , ତ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ । ବହୁତ ଅଧିକ ଗରମ ଚା’ ପିଇବାର ଅଭ୍ୟାସ ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀରେ କର୍କଟ ହେବାର ସମସ୍ୟା ବଢିଯାଇଥାଏ ।

ପଢନ୍ତୁ: ଏହି ୧୦ଟି ଉପାୟରେ ପ୍ରତିଦିନ ଖାଆନ୍ତୁ ଅଁଳା, କିଛିଦିନ ଭିତରେ ଆପଣଙ୍କୁ ମିଳିବ ଅଦ୍ଭୁତ ଫାଇଦା

ସମ୍ବନ୍ଧିତ ଖବର

କାହିଁକି ହୋଇଥାଏ ପ୍ରିମ୍ୟାଚୁୟର ଡେଲିଭରି ? ଜାଣନ୍ତୁ ଏହାର କାରଣ

Ratnamani Maharana

ଜାଣନ୍ତୁ ଟିକେ ଅଳସୁଆ ହେବାର ଫାଇଦା

Ratnamani Maharana

ଜାଣନ୍ତୁ ଘରୋଇ ଉପାୟରେ ଆଜ୍‌ମାର ଉପଚାର

Ratnamani Maharana

ଜାଣନ୍ତୁ ପଇଡ଼ ପାଣି ପିଇଲେ ଶରୀରକୁ କେଉଁ ୬ଟି ଫାଇଦା ମିଳିଥାଏ

Ratnamani Maharana

ପାଳଙ୍ଗ ଶାଗ ଦିଏ ଅନେକ ସମସ୍ୟାରୁ ମୁକ୍ତି

Ratnamani Maharana

କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

Ratnamani Maharana