ଦୀର୍ଘ ୬ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ!

ଶିକ୍ଷକଙ୍କୁ ମୃତ୍ୟୁଦଣ୍ଡ

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଶିକ୍ଷକ ପଶ୍ଚିମ ମେଦିନିପୁରର ସହିଦ ମାତଙ୍ଗିନୀ ବ୍ଲକରେ ଥିବା ଛତ୍ର କୁଞ୍ଜରାଣୀ ହାଇସ୍କୁଲର ଶିକ୍ଷକ ପ୍ରଣବ ରାୟ(୩୯)।

ଏହି ଦୁଷ୍କର୍ମ ଘଟଣାଟି ୬ବର୍ଷ ତଳର କଥା। ଘଟଣାର ୬ ବର୍ଷ ପରେ ଆଜି ଅତିରିକ୍ତ ଜିଲ୍ଲା ଜଜ୍‌ ସଞ୍ଚିତା ସରକାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଣବଙ୍କ ଘର ତମଳୁକ ସହରର ଶାଳଗଛିଆରେ। ସେ ଛତ୍ର କୁଞ୍ଜରାଣୀ ହାଇସ୍କୁଲରେ ଶିକ୍ଷକତା କରୁଥିଲେ।

ଏହି ଘଟଣାଟି ୨୦୧୨ ମସିହା ମେ ମାସ ୨୩ ତାରିଖରେ ଘଟିଥିଲା। ସେହି ଶିକ୍ଷକଙ୍କ  ଘରେ କାମ କରୁଥିବା ଜଣେ ୧୩ ବର୍ଷୀୟା ନାବାଳିକାକୁ ସେ ଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ତମଳୁକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଥିଲା। ମୃତା ନାବାଳିକାର ବାପା ଥାନାରେ ପ୍ରଣବଙ୍କ ନାମରେ ଅଭିଯୋଗ କରିଥିଲେ। ଦୀର୍ଘ ୬ ବର୍ଷ ପରେ ଏହି ମାମଲାର ଶୁଣାଣି କରି ବିଚାରପତି ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ପଢନ୍ତୁ; ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

ଏହି ଘଟଣାଟି ୨୦୧୨ ମସିହା ମେ ମାସ ୨୩ ତାରିଖରେ ଘଟିଥିଲା। - 4.5

89%

ଦୀର୍ଘ ୬ ବର୍ଷ ପରେ ଏହି ମାମଲାର ଶୁଣାଣି କରି ବିଚାରପତି ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। - 4.3

85%
4.4/5

Very Good!

ଦୀର୍ଘ ୬ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ!

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଶିକ୍ଷକ ପଶ୍ଚିମ ମେଦିନିପୁରର ସହିଦ ମାତଙ୍ଗିନୀ ବ୍ଲକରେ ଥିବା ଛତ୍ର କୁଞ୍ଜରାଣୀ ହାଇସ୍କୁଲର ଶିକ୍ଷକ ପ୍ରଣବ ରାୟ(୩୯)।

No Votes Yet

You're not rated yet