News

ଟାଙ୍ଗିଆରେ ହାଣି ଶିକ୍ଷକଙ୍କୁ ହତ୍ୟା, ନାବାଳିକା ଝିଅ ଗୁରୁତର !

By Krishna Kumar Manoj

June 02, 2018

ଆତ୍ମସମର୍ପଣ କଲା ଅଭିଯୁକ୍ତ

ବରଗଡରେ ଏବେ ଚାଂଚଲ୍ୟ । ବରଗଡ଼ ଜିଲ୍ଲା ଅମ୍ବାଭୋନା ଖଇରିପାଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଶୋଇଥିବା ବେଳେ ସାଧୁ ଚରଣ ପ୍ରଧାନ ନାମକ ଜଣେ ଶିକ୍ଷକଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ଶୁକ୍ରବାର ରାତିରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ନାବାଳିକା ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମାପାଲି ଗାଁର ନଗେନ୍ ଦାସ ଟାଙ୍ଗିଆରେ ହାଣି ପକାଇବାରୁ ସାଧୁଚରଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଅତାବିରା ଥାନା ସରଣ୍ଡା ଗାଁରେ ହୋଇଥିବା ବେଳେ ସେ ଅମ୍ଭାଭୋନାରେ ସିଆରସିସି ଭାବେ କାର୍ଯ୍ୟରତ ଥିଲେ । ଅଭିଯୁକ୍ତର ଆକ୍ରମଣରେ ମୃତକଙ୍କ ଝିଅ ସସ୍ମିତା ପ୍ରଧାନ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ ମେଡିକାଲରେ ଭର୍ତି କରାଯାଇଛି ।

ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନଗେନ୍ ଦାସ ଅମ୍ବାଭୋନା ଥାନାରେ ଆତ୍ମସମର୍ପଣ କରିଛି । ଅନ୍ୟଜଣଙ୍କୁ ହତ୍ୟା କରିବାକୁ ଯାଇ ଭୁଲରେ ସାଧୁଚରଣଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ । ତେବେ ପ୍ରକୃତରେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ସେ ନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି ।

ପଢନ୍ତୁ ;

ଆଲିଆଙ୍କ ସହ ଥିବା ସଂପର୍କକୁ ରଣବୀର କ’ଣ କହିଲେ ଜାଣନ୍ତୁ ?