ASTRO

ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ

ଆଜି ପବିତ୍ର ଗୁରୁ ଦିବସ । ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ । ଶିକ୍ଷା ପ୍ରତି ତାଙ୍କର ଥିଲା ବେଶ ଅବଦାନ । ଡକ୍ଟର ରାଧାକୃଷ୍ଣଙ୍କର ଏହି ଶିକ୍ଷା ପ୍ରତି ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

ରାଧାକୃଷ୍ଣ ଥିଲେ ଏକଧାରରେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ ଓ କୂଟନୀତିଜ୍ଞ । ୧୮୮୮ ସେପ୍‌ଟେମ୍ବର୍‌ ୫ ତାରିଖରେ ତମିଲ୍‌ନାଡ଼ୁର ତିରୁଟ୍ଟନୀରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା । ବିଦ୍ୟାଶିକ୍ଷା ଆରମ୍ଭ ହୋଇଥିଲା ଖ୍ରିଷ୍ଟିଆନ୍‌ ମିସ୍‌ନାରି ସ୍କୁଲ୍‌ରେ ।

ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ତାଙ୍କୁ ମାଡ୍ରାସ ପ୍ରେସିଡେନ୍‌ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା। ଏହା ପରଠାରୁ ସେ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

୧୯୧୮ରେ ସେ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର୍‌ ଭାବେ ନିଯୁକ୍ତ ହୋଇଥିଲେ । ତାହା ପରେ କଲକାତା ବିଶ୍ୱବିଦ୍ୟାଳୟ, ଲଣ୍ଡନ୍‌ର ହାର୍ଭାଡ୍‌ର୍ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର୍‌ ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍‌ସଫୋଡ୍‌ର୍ ବିଶ୍ୱବିଦ୍ୟାଳୟ ।  ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶାସ୍ତ୍ର ଆଦିରେ ଶିକ୍ଷାଦାନ କରିଥିଲେ ।

‘ଶ୍ରୀମଦ୍‌ଭଗବଦ୍‌ଗୀତା’କୁ ଇଂରେଜୀରେ ଅନୁବାଦ କରିଥିଲେ। ବେଦ ଓ ଉପନିଷଦ୍‌ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ରାଧାକୃଷ୍ଣ ଥିଲେ ସତ୍ୟାନୁରାଗୀ ଓ ସଦାଚାରୀ । ୧୯୪୯ରେ ସୋଭିଏତ୍‌ ରସିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ। ୧୯୫୪ରେ ତାଙ୍କୁ ସମ୍ମାନଜନକ ଭାରତ ରତ୍ନ ରେ ସମ୍ମାନିତ କରାଯାଇଥିଲା ।

ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ  ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ

ପଢନ୍ତୁ ତରଙ୍ଗ ଟିଭି ର ନୂଆ ରିଆଲିଟି ଶୋ ଜିନାର ଜୀବନସାଥୀ ।

Related posts

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବାହାଘର ଲଭ ହେବ ନା ଆରେଞ୍ଜ

ENO Beuro

ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

ENO Beuro

ନିଜ ପାପୁଲିର ବର୍ଣ୍ଣରୁ ଜାଣନ୍ତୁ ଆପଣଙ୍କ ସ୍ଵଭାବ , କେତେ ଭାଗ୍ୟଶାଳୀ ଅଟନ୍ତି ଆପଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More