SPORTS

ବିଶ୍ବକପରେ ହାରିବା ପରେ ଭାରତୀୟ ଦଳରେ ଫାଟ

Untitled 1

ବିଶ୍ବକପ୍‌ରୁ ବିଦାୟ ନେବା ପରେ ଭାରତୀୟ କ୍ରିକେଟ୍ ଦଳର ଗୁମର ପଦାରେ ପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମତାନ୍ତର ଏବଂ ମନାନ୍ତର ସୃଷ୍ଟି ହୋଇଛି। ବିଶ୍ୱକପ୍ ସେମିଫାଇନାଲ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ପରେ ଖେଳାଳୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା କଥା ଶୁଣିବାକୁ ମିଳୁଛି । ପରାଜୟର କାରଣ ଜଣେ ଅନ୍ୟଜଣକୁ ଦେଉଥିବା ନଜର ଆସିଛି । କିଛି ଖେଳାଳୀ ପରାଜୟ ପାଇଁ କୋଚ୍ ଙ୍କୁ ଦାୟୀ କରିଥିବା ବେଳେ ଆଉ କିଛି ଅଧିନାୟକ ବିରାଟ କୋହଲୀଙ୍କ କ୍ୟାପଟେନ୍ସିକୁ ନେଇ ସନ୍ତୁଷ୍ଟ ହୋଇନଥିବା କଥା କହିଛନ୍ତି ।

ଏକ ଗଣମାଧ୍ୟମ ସୂଚନା ମୁତାବକ କୋଚ୍ ରବି ଶାସ୍ତ୍ରୀ  ଏବଂ ଅଧିନାୟକ ବିରାଟ୍ କୋହଲୀ କେବଳ ନିଷ୍ପତ୍ତି ନେଉଥିବାରୁ ଖେଳାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଉଭୟ କୋଚ୍ ଏବଂ ଅଧିନାୟକ ମନଇଚ୍ଛା ନିଷ୍ପତି ନେବା ଏବଂ ଅନ୍ୟ ଖେଳାଳୀଙ୍କ ସହମତି ନ ନେବାକୁ ନେଇ ଖେଳାଳୀ କ୍ଷୋଭ ପ୍ରକାଶ କରୁଛନ୍ତି । ଡର କାରଣରୁ କ୍ୟାପଟେନ୍ କୋହଲୀ ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ବିରୋଧରେ କେହି ସ୍ୱର ଉତ୍ତୋଳନ କରୁନାହାନ୍ତି । କିଛି ଖେଳାଳୀଙ୍କ ମତରେ କୋଚ୍ ଏବଂ ଅଧିନାୟକଙ୍କ ଏକତରଫା ଭାବ ଯୋଗୁଁ ଭାରତ ବିଶ୍ୱକପ୍ ରୁ ବାଦ୍ ପଡିଛି ।

ପଢନ୍ତୁ: ମ୍ୟାଚ ହାରିବାପରେ ଆଖିରେ ଲୁହ , ଥରଥର ପାଦ ଏବଂ ମୁଣ୍ଡ ତଳକୁ ପୋତି ପଡିଆରୁ ବାହାରିଲେ ଧୋନି

Related posts

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ : ଷ୍ଟିଭ ସ୍ମିଥଙ୍କ ସ୍ଥାନ ନେଲେ ଆଜିଙ୍କ୍ୟ ରାହାଣେ

ENO Beuro

ଦ୍ୱିତୀୟ ଟେଷ୍ଟ: ଭାରତ ୧୦୭ରନରେ ଅଲଆଊଟ,ଆଣ୍ଡରସନ୍‌ଙ୍କୁ ୫ ୱିକେଟ

ENO Beuro

ହକି ବିଶ୍ୱ କପ୍‌ : ଆର୍ଜେଣ୍ଟିନା ୩-୦ ରେ ଜିତିଲା

ENO Beuro

Leave a Comment