EnewsOdia.Com

ଚାଲିଗଲେ ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ

କ୍ରିକେଟ ଦାଦି ଭାବେ ପ୍ରସିଦ୍ଧି ଲାଭ କରିଥିବା ଚାରୁଲତା ପଟେଲ୍‌ଙ୍କର ୮ ୭ ବର୍ଷ ବୟସରେ ପରଲୋକ ହୋଇଛି । ୨୦୧୯ ମସିହାରେ କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ସେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମ୍‌ର ଉତ୍ସାହ ବୃଦ୍ଧି କରିଥିଲେ। ପରେ ସେ ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କୁ ଭେଟିଥିଲେ ।

ଜାନୁଆରୀ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଟ୍ୱିଟ୍‌ କରି ବିସିସିଆଇ ପକ୍ଷରୁ କୁହାଯାଇଛି, “ଚାରୁଲତା ପଟେଲ ଜୀ, ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ”।

୨୦୧୯, ଜୁଲାଇ ୨ରେ ବିଶ୍ୱକପ୍‌ର ଏକ ମ୍ୟାଚ୍ ବେଳେ ଚାରୁଲତାଙ୍କୁ ଦେଖିବାକୁ ମିଳିଥିଲା।

ମ୍ୟାଚ୍‌ଟି ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିଲା। ଷ୍ଟାଡିୟମ୍‌ରେ ବସି ଖେଳ ଦେଖୁଥିବା ଲୋକେ ଅନେକ ସମୟରେ ତାଙ୍କୁ ଦେଖି ବେଶ୍ ଉତ୍ସାହିତ ହୋଇପଡୁଥିବା ଦେଖିବାକୁ ମିଳିଥିଲା। କାରଣ ଏ ବୟସରେ ବି ଚାରୁଲତା ଚୁପ୍‌ଚାପ ଖେଳ ଦେଖୁ ନ ଥିଲେ। ସେ ପୂରା ଜୋଶ୍‌ରେ ଖେଳ ଦେଖୁଥିଲେ। ଯାହା ଦେଖିବାକୁ ମିଳିଥିଲା। ଏପରିକି ସେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଛୋଟ ପିଲା ଓ ଯୁବକଯୁବତୀଙ୍କ ଭଳି ମଝିରେ ମଝିରେ ପେଁକାଳି ମଧ୍ୟ ବଜାଉଥିଲେ।

ଏମିତିକି ଗୋଟିଏ ଦିନ ଭିତରେ ତାଙ୍କୁ ଏକ ନୂଆ ପରିଚୟ ବି ମିଳିଯାଇଥିଲା। ତାଙ୍କୁ ‘ଇଣ୍ଟରନେଟ୍ ଜେଜେମା’ ମଧ୍ୟ କୁହାଯାଉଥିଲା। ତାଙ୍କ ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଅନ୍ୟମାନଙ୍କ ଭଳି ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମନ ବି ଜିଣି ନେଇଥିଲେ। ଏପରିକି ମ୍ୟାଚ୍‌ ପରେ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ତାଙ୍କୁ ଭେଟିଥିଲେ।

ସେ ଉଭୟଙ୍କୁ ବହୁତ ଗେଲ କରିଥିଲେ। ସେମାନଙ୍କୁ  ଆଶୀର୍ବାଦ ମଧ୍ୟ ଦେଇଥିଲେ ଚାରୁଲତା।  ବିରାଟ କୋହଲି ଓ ରୋହିତ ଶର୍ମା ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ପଢନ୍ତୁ: ଇରାନ-ଆମେରିକା ବିବାଦରେ ମଧ୍ୟସ୍ଥତା କରିବ କି ଭାରତ!

ସମ୍ବନ୍ଧିତ ଖବର

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

କୁଏତରେ ଚମକିଲେ ପ୍ରବାସୀ ଓଡ଼ିଆ ଖେଳାଳି

Ratnamani Maharana

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana

ଦୀପାବଳି ପୂର୍ବରୁ ଝିଅ ଜିଭା ସହ ଗାଡ଼ି ଧୋଇଲେ ଧୋନି

Ratnamani Maharana

ବାରବାଟୀରେ ଆରମ୍ଭ ହେଲା ଫ୍ଲଡଲାଇଟ୍ ମରାମତି କାମ

Ratnamani Maharana