EnewsOdia.Com

ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ

ନ୍ୟୁଜିଲାଣ୍ଡ ବିପକ୍ଷରେ ୩ୟ ଟି-୨୦ରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି  ଭାରତ ୩-୦ରେ ଟି-୨୦ ସିରିଜ ବିଜୟୀ ହୋଇଛି। ନିର୍ଦ୍ଧାରିତ ୨୦ ଓଭରରେ ସମାନ ସ୍କୋର ଯୋଗୁଁ ମ୍ୟାଚ ଟାଏ ହୋଇଥିଲା । ଶେଷରେ ସୁପର ଓଭରରେ ମ୍ୟାଚର ଫଳାଫଳ ନିଣ୍ଣୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ସୁପର ଓଭରରେ ନ୍ୟୁଜିଲାଣ୍ଡ ୧୭ ରନ କରି ଭାରତ ପାଇଁ ୧୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ଭାରତ ୨୦ ରନ କରି ବିଜୟ ହାସଲ କରିଛି।

ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ୧୮୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୭୯ ରନ ସ୍କୋର କରିଥିଲା । ତେଣୁ ମ୍ୟାଚ ଟାଏ ହେବାପରେ ସୁପର ଓଭରର ସାହାଯ୍ୟ ନିଆଯାଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୫ ରନ କରିଥିବା ବେଳେ ସୁପର ଓଭରର ଶେଷ ବଲରେ ଛକା ମାରି ଦଳ ପାଇଁ ବିଜୟ ଆଣି ଦେଇଥିଲେ । ଭାରତୀୟ ଇନିଂସରେ କୋହଲି ୩୮ ରନର ଯୋଗଦାନ ଦେଇଥିଲେ । ରୋହିତ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ଭାବେ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ କେ.ଏସ ୱଲିୟମସନ୍ସ ସର୍ବାଧିକ ୯୫ ରନ୍ ସଂଗ୍ରହ କରିଥିଲେ। ସିରିଜର ୪ର୍ଥ ଟି-୨୦ ଶୁକ୍ରବାର ୱିଲିଙ୍ଗଟନ ଠାରେ ଖେଳାଯିବ।

ପଢନ୍ତୁ:  ପ୍ରତି ମିନିଟ୍‌ରେ ଧୋନୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସାଥି

ସମ୍ବନ୍ଧିତ ଖବର

ମନ୍ଦିରକୁ ଗଲେ ପିନ୍ଧିବାକୁ ପଡିବ ଧୋତି କୁର୍ତ୍ତା ଓ ଶାଢ଼ି

Ratnamani Maharana

ବିଜେଡ଼ି ରାଲି ପାଇଁ ରାଜ୍ୟ ପୁଲିସକୁ ହାଇକୋର୍ଟର ଜବାବତଲବ

Ratnamani Maharana

ବାଗ୍‌ଦାଦ୍‌ରେ ପୁଣି ଆକ୍ରମଣ କଲା ଆମେରିକା

Ratnamani Maharana

ବିଶ୍ୱର ଉଚ୍ଚତମ ପ୍ରତିମା ଷ୍ଟାଚୁ ଅଫ ୟୁନିଟି ହେଲା ଏସସିଓର ୮ମ ଆଶ୍ଚର୍ଯ୍ୟ

Ratnamani Maharana

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି

Ratnamani Maharana