LIFESTYLE

କଣ ଆପଣଙ୍କ ପିଲାମାନେ ଚିଡ଼ଚିଡ଼ା ସ୍ଵଭାବର ! ତେବେ ଜାଣି ରଖନ୍ତୁ ଏହାର କାରଣ କଣ ହୋଇପାରେ

ଏକୁଟିଆ ରହିବା ଦ୍ୱାରା ଯୁବପୀଢ଼ି ଚିଡ଼ଚିଡ଼ା ଓ ବିଷାଦଗ୍ରସ୍ତ ହୋଇଯାଆନ୍ତି ।

କ’ଣ ଆପଣଙ୍କ ପିଲାମାନେ କମ୍ ଶୋଉଛନ୍ତି କିମ୍ବା ଚିଡ଼ଚିଡ଼ା ସ୍ଵଭାବର ଅଟନ୍ତି ? ଯଦି ଏପରି ହେଉଛି ତେବେ ଜାଣି ରଖନ୍ତୁ,ଏହାର କାରଣ ତାଙ୍କର ଏକୁଟିଆପଣ ହୋଇପାରେ । ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି । ଅଧ୍ୟୟନ ଅନୁସାରେ ଏକୁଟିଆ ରହିଲେ ପିିଲାମାନେ ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି । ସେମାନେଙ୍କୁ କମ୍ ନିଦ ଆସିବା ସହ ବିଷାଦର ଶିକାର ହୁଅନ୍ତି ।

ଏକ ରିସର୍ଚରୁ ଜଣାପଡିଛି ଯେ , ଯେଉଁ ଯୁବପୀଢ଼ି ଏକୁଟିଆ ରୁହନ୍ତି ସୋମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ପୁରା ଦିନ ଥକା ଅନୁଭବ କରନ୍ତି । ତାଙ୍କୁ ନିଦ ଆସେନି, ନିଦ ଆସିବାରେ ସମୟ ଲାଗେ ଓ କମ ସମୟ ହିଁ ଶୋଇ ପାରନ୍ତି । ଏହାସହ ଦିନରେ ମଧ୍ୟ ସେମାନେ ଶୋଇ ପାରନ୍ତି ନାହିଁ ଓ କାମ ବି ଭଲରେ କରି ପାରନ୍ତି ନାହିଁ ।

କିଙ୍ଗସ କଲେଜ ଲଣ୍ଡନର ଅଧ୍ୟକ୍ଷ ଲଉଇସ୍ ଅର୍ସେନାଲ୍ଟ କୁହନ୍ତି ଯେ , ନିଦ ନଆସିବା ଓ କମ ନିଦ ହେବାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଲା ଏକୁଟିଆପଣ । ଆମର ଅଧ୍ୟୟନ ଅନୁସାରେ ଯଦି ଠିକ ସମୟରେ ଚିକିତ୍ସା କରାନଯାଏ ତେବେ ପରେ ଅନେକ ଅସୁବିଧା ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏନେଇ ଏକ ଅଧ୍ୟୟନରୁ ଏମିତି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଠି ୭୦ ପ୍ରତିଶତ ଯୁବପୀଢ଼ି ନିଜର ଆଖପାଖରେ ଘଟୁୁଥିବା ହିଂସା ଯୋଗୁଁ ଏକୁଟିଆପଣର ଶିକାର ହୋଇଥାଆନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ନିଜେ ହିଁଁ ହିଂସାର ଶିକାର ହୋଇଥାଆନ୍ତି । ସେମାନେ ହିଁ ଏନେଇ ଅଧିକ ଅଭିଯୋଗ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି । ଯୌନ ଶୋଷଣର ଶିକାର, ମାନସିକ ଚିନ୍ତା କିମ୍ବା ଘର ଲୋକଙ୍କ ମଧ୍ୟରେ ହେଉଥିବା ହିଂସା ହିଁ ଏହାର ପ୍ରମୁଖ କାରଣ ଅଟେ  ।

ଅଧ୍ୟୟନରୁ ଜଣାପଡ଼ିଛି ଏପରି ସ୍ଥିତିରେ ସେମାନେଙ୍କୁ କମ୍ ନିଦ ହୁଏ କାରଣ, ସୋମନେ ନିଜକୁ ସୁରକ୍ଷିତ ଅନୁଭବ କରିପାରନ୍ତି ନାହିଁ । ଯାହାଦ୍ୱାରା ଚିନ୍ତା ବଢ଼େ । ଏହାସହ ଏହି ଅଧ୍ୟୟନ ଅନୁସାରେ ଜଣାପଡ଼ିଛି ଯେ ହିଂସା, ଏକୁଟିଆପଣ ଓ କମ ନିଦ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏମିତିରେ ଯୁବପୀଢ଼ି ଭୟାଳୁ ହେବା ସହ ନିଜ କଥା କାହା ଆଗରେ ଖୋଲିକି ପ୍ରକାଶ କରିପାରନ୍ତି ନାହିଁ । ଏପରିସ୍ଥିତିରେ ସେମାନଙ୍କ ମାନସିକ ଚିକିତ୍ସା ବହୁତ ଜରୁରୀ ।

ପଢନ୍ତୁ ;

ଜୀବନସାଥୀଙ୍କ ସହ କଥା ହେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ନିୟମିତ ଭାବେ ମିଶ୍ରି ପାଣି ପିଇଲେ ବଢିଥାଏ ତ୍ୱଚାରେ ଉଜ୍ଜଳତା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ

ENO Beuro

ଆସନ୍ତୁ ଜାଣିବା ଉପବାସ ସମୟରେ କଣ ଖାଇଲେ ଶାରୀରିକ ସମସ୍ୟା ଭୋଗୀବେ ନାହିଁ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More