News

ମୋଦିଙ୍କ ବିରୋଧରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର

ସମାଜବାଦୀ ପାର୍ଟି  (ସପା) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉତ୍ତରପ୍ରଦେଶର ବରାଣସୀ ଆସନରୁ ବିଜେପି ପ୍ରାର୍ଥୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀ ରୂପେ ଲଢ଼ିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ବହିଷ୍କୃତ ଯବାନ ତେଜ୍‌ ବାହାଦୂର ଯାଦବଙ୍କୁ  ମନୋନୀତ କରିଛି। ଏଠାରେ ପୂର୍ବରୁ ମେଣ୍ଟର ପ୍ରାର୍ଥୀ ହୋଇଥିବା କଂଗ୍ରେସର ବିଦ୍ରୋହୀ ନେତ୍ରୀ ଶାଲିନୀ ଯାଦବଙ୍କୁ ପ୍ରତ୍ୟାହାର କରିନିଆଯାଇଛି।

ବିଏସଏଫରେ କାର୍ଯ୍ୟ କରୁଥିବା ବେଳେ ତେଜବାହାଦୁର ଜବାନଙ୍କୁ ମିଳୁଥିବା ଖାଦ୍ୟକୁ ନେଇ ଅଭିଯୋଗ କରିଥିଲେ । ଏନେଇ ୨୦୧୭ ମସିହା ଜାନୁଆରୀ ୮ ତାରିଖରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଭାଇରାଲ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥଲା । ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ତାଙ୍କୁ ସେହି ବର୍ଷ ଏପ୍ରିଲ ମାସରେ ଚାକିରୀରୁ ବାହାର କରି ଦିଆଯାଇଥିଲା । ଏଣୁ ତେଜବାହାଦୁର ଏଥିରେ କ୍ଷୁବ୍ଧ ହୋଇ ପ୍ରଧାନମନ୍ତ୍ରୀଙ୍କୁ ବନାରସ ଲୋକସଭା ଆସନରେ ଚ୍ୟାଲେଞ୍ଜ   କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ପଢନ୍ତୁ: ପାଟକୁରାରୁ ନିର୍ବାଚନ ଲଢିବେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ

Related posts

ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

ENO Beuro

କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

ENO Beuro

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ !

ENO Beuro

Leave a Comment