ଲାଲୁଙ୍କ ବୋହୂ ହେବେ ଐଶ୍ୱର୍ଯ୍ୟା! ଆସନ୍ତା ମାସରେ ବିବାହ କରିବେ ଲାଲୁଙ୍କ ପୁଅ ତେଜପ୍ରତାପ

ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ତେଜପ୍ରତାପ

ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ ପୁଅ ତେଜପ୍ରତାପ ଓ ତେଜସ୍ବୀଙ୍କ ବିବହାକୁ ନେଇ ବେଶ୍‌ କିଛିଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ତେବେ ଆସନ୍ତା ମାସରେ ବଡ ପୁଅ ତେଜପ୍ରତାପ ବିବାହ କରିବେ ବୋଲି ସୂଚନା ମିଳିଛି।

ସେ ଆର୍‌ଜେଡି ବିଧାୟକ ତଥା ବିହାରର ପୂର୍ବତନ ପରିବହନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କର ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରି ପାରନ୍ତି। ଚନ୍ଦ୍ରିକା ରାୟ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ପୁଅ। ଏପ୍ରିଲ୍‌ ୧୮ ତାରିଖ ଦିନ ପାଟନାର ମୌର୍ଯ୍ୟ ହୋଟେଲ୍‌ରେ ନିର୍ବନ୍ଧ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ବାହାରଘର ସମ୍ଭବତଃ ମେ ୧୨ ତାରିଖରେ ଅନୁଷ୍ଠିତ ହେବ।

ଐଶ୍ୱର୍ଯ୍ୟା ପାଟନାରୁ ସ୍କୁଲ୍‌ ପଢ଼ା ଶେଷ କରି ଦିଲ୍ଲୀରେ ସ୍ନାତକୋତ୍ତର କରିଛନ୍ତି। ଆର୍‌ଜେଡି ବିଧାୟକ ତଥା ମୁଖପାତ୍ର ଶକ୍ତି ସିଂହ ଯାଦବ କହିଛନ୍ତି ଯେ ବିବାହ ପାଇଁ ଏକ ଆନୁଷ୍ଠାନିକ ତାରିଖ ଘୋଷଣା କରାଯିବ। ଲାଲୁଙ୍କ ପରିବାର ଏହି ଘୋଷଣା କରିବେ। ଶକ୍ତି କହିଛନ୍ତି: ଲାଲୁଜୀ ମଧ୍ୟ ତେଜପ୍ରତାପଙ୍କ ନିର୍ବନ୍ଧରେ ଯୋଗ ଦେବେ। ତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ମୁଁ ଲାଲୁଜୀଙ୍କର ଘନିଷ୍ଠ, କିନ୍ତୁ ତାଙ୍କ ପରିବାର ଏ ଖବରକୁ ନିଶ୍ଚିନ୍ତ କରିବେ।

ପଢନ୍ତୁ; ପାକ୍ ବିଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ମୁସଲମାନ ହୋଇଥିବାରୁ ଦଣ୍ଡିତ ହେଲେ ସଲମାନ!

ସେ ଆର୍‌ଜେଡି ବିଧାୟକ ତଥା ବିହାରର ପୂର୍ବତନ ପରିବହନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କର ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରି ପାରନ୍ତି। - 8.9

89%

ଐଶ୍ୱର୍ଯ୍ୟା ପାଟନାରୁ ସ୍କୁଲ୍‌ ପଢ଼ା ଶେଷ କରି ଦିଲ୍ଲୀରେ ସ୍ନାତକୋତ୍ତର କରିଛନ୍ତି। - 8.7

87%
8.8/10

Very Good!

ଲାଲୁଙ୍କ ବୋହୂ ହେବେ ଐଶ୍ୱର୍ଯ୍ୟା! ଆସନ୍ତା ମାସରେ ବିବାହ କରିବେ ଲାଲୁଙ୍କ ପୁଅ ତେଜପ୍ରତାପ

ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ ପୁଅ ତେଜପ୍ରତାପ ଓ ତେଜସ୍ବୀଙ୍କ ବିବହାକୁ ନେଇ ବେଶ୍‌ କିଛିଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ତେବେ ଆସନ୍ତା ମାସରେ ବଡ ପୁଅ ତେଜପ୍ରତାପ ବିବାହ କରିବେ ବୋଲି ସୂଚନା ମିଳିଛି।

No Votes Yet

You're not rated yet