News

ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦ ଆବେଦନ

ରାଷ୍ଟ୍ରୀୟ  ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜ ପ୍ରତାପ ପତ୍ନୀ ଐଶ୍ବର୍ଯ୍ଯାଙ୍କୁ ଛାଡପତ୍ର ଦେବା ପାଇଁ ପରିବାର ଅଦାଲତରେ ଆବେଦନ କରିଛନ୍ତି।

ବିବାହର ମାତ୍ର ୬ ମାସ ପରେ ତେଜ ପ୍ରତାପ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବେ ବୋଲି ସ୍ଥିତ କରିଛନ୍ତି। ବର୍ତ୍ତମାନ ଛାଡ଼ପତ୍ରର କାରଣ ଜଣା ପଡିନାହିଁ। ମାତ୍ର ଏହାର ସମାଧାନ ପାଇଁ ଐଶ୍ଵର୍ଯ୍ୟାଙ୍କ ପିତା ଚନ୍ଦ୍ରିକା ରାୟ ମଧ୍ୟ ଲାଲୁଙ୍କ ଘରେ ପହଞ୍ଚିଛନ୍ତି। ଆସନ୍ତା ୨୯ ତାରିଖରେ ଏହା ଉପରେ ଶୁଣାଣି ହେବ ବୋଲି ଜଣାପଡିଛି।

tej

ସୂଚନାଯୋଗ୍ୟ ଚଳିତ ବର୍ଷ ମେ ମାସ ୧୨ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ବର୍ଯ୍ଯାଙ୍କୁ ବିବାହ କରିଥିଲେ ତେଜ୍ । ଐଶ୍ବର୍ଯ୍ଯାଙ୍କ ବାପା ଚନ୍ଦ୍ରିକା ରାୟ ମଧ୍ୟ ବିହାର ସରକାରଙ୍କ ମନ୍ତ୍ରୀ ପଦରେ ରହିସାରିଛନ୍ତି ।

ଏହି ବିବାହରେ ଯୋଗ ଦେବା ପାଇଁ ପାରୋଲରେ ଆସିଥିଲେ ଲାଲୁ ଯାଦବ । ଖୁବ୍ ଧୁମଧାମରେ ହୋଇଥିବା ଏହି ବିବାହ ସେତେବେଳେ ପାଲଟିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ତେବେ ବିବାହକୁ ଦିନ କେଇଟା ନପୁରୁଣୁ ଉଭୟଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା । ଆଉ ୬ ମାସ ନ ପୁରୁନୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ତେଜ୍ ପ୍ରତାପ ।

ପଢନ୍ତୁ; ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ପଣସ ମଞ୍ଜି!

Related posts

ସରିଲା ଗଣନା: ଚିଲିକାରେ ୧୦ଲକ୍ଷ ୪୮ ହଜାର ପକ୍ଷୀ,ଏଥର ଆସିଛନ୍ତି ୧୮୧ ପ୍ରଜାତି

ENO Beuro

କର୍ଣ୍ଣାଟକ ନିର୍ବାଚନ : ଜାତି ନିର୍ନାୟ କରିବ ହାର୍ – ଜିତ୍ ର ଭାଗ୍ୟ !

ENO Beuro

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More