News

ସାଇକେଲ୍‌ରୁ ପଡ଼ିଗଲେ ତେଜ୍‌ ପ୍ରତାପ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବିହାରର ପୂର୍ବତନ ସ୍ୱାସ୍ଥ୍ୟାମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜ ପ୍ରତାପ ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ବିରୋଧ କରି ପାଟନାରେ ଏକ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ କିଛି ସମୟ ପରେ ସାଇକେଲରୁ ସେ ଭାରସାମ୍ୟ ହରାଇ ତଳେ କଚାଡି ହୋଇ ପଡିଥିବା ଦେଖିବାକୁ ମିଳିଛି। ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଗକୁ ହେବାକୁ ଥିବା ଆର୍‌ଜେଡିର ସାଇକେଲ ରାଲି ପାଇଁ ତେଜପ୍ରତାପ ଅଭ୍ୟାସ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗାଡିରେ ବାଡେଇ ହୋଇ ପଡିଯାଇଥିବା ଜଣାପଡିଛି। ହେଲେ ସେତିକିରେ ଅଟକି ନ ଥିଲେ ତେଜପ୍ରତାପ। ପୁଣିଥରେ ସୁରକ୍ଷାକର୍ମୀଙ୍କ ସହଯୋଗରେ ଉଠିପଡି ସାଇକେଲ ଚଲାଇଥିଲେ।

ସାଇକେଲ ଶୋଭାଯାତ୍ରାରେ ବାହାରିଥିବା ତେଜ ପ୍ରତାପ କହିଛନ୍ତି କି, ପେଟ୍ରୋଲ ଏବଂ ଡିଜେଲର ଦାମ ବୃଦ୍ଧି ପାଇଛି । ସେଥିପାଇଁ ସାଇକେଲ ହିଁ ଏକ ମାତ୍ର ବିକଳ୍ପ । ସାଇକେଲ ଚଲାଇଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ବୋଲି ସେ କହିଛନ୍ତି । ଗୁରୁବାର ଠାରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଦଳ ସାଇକେଲ ମାର୍ଚ୍ଚ୍ ବାହାର କରଛି।

ପଢନ୍ତୁ;୨ ଭାରତୀୟଙ୍କୁ ରମଣ ମାଗସେସେ ପୁରସ୍କାର

Related posts

ଶ୍ରୀ ଜଗର୍ନ୍ନାଥ ଧାମ ରେ କଡା ସୁରକ୍ଷା ବ୍ୟବସ୍ଥା, ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ଦୋକାନ ରହିବନି

ENO Beuro

ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

ENO Beuro

ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ,୧୮ ତାରିଖ କଟକ ସମାବେଶ ସ୍ଥଗିତ

ENO Beuro

Leave a Comment