POLITICALS

ଓଡିଶା ଗସ୍ତରେ ଆସିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ,ନବୀନଙ୍କୁ ଭେଟିବେ କେସିଆର

KCR

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ୨୩ ତାରିଖରେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ୨୪ ତାରିଖରେ ପୁରୀ, କୋଣାର୍କ ଗସ୍ତ କରିବା ସହ ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବେ କେସିଆର। ତୃତୀୟ ସାମ୍ମୁଖ୍ୟ ଗଠନ କରିବା ନେଇ ବିଧାନସଭା ନିର୍ବାଚନ ପୂର୍ବରୁ କେସିଆର ମମତାଙ୍କ ସମେତ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ, ଜେଡିଏସ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ସହ ସାକ୍ଷାତ କରି ସାରିଛନ୍ତି।

KCR

ମିଳିଥିବା ସୂଚନାଅନୁସାରେ, ସେହିଦିନ ଅପରାହ୍ନ ୪ଟା ବେଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ସପରିବାର କାଳୀମନ୍ଦିର ପରିଦର୍ଶନ କରିବେ ଓ ସେହିଦିନ ନୂଆଦିଲ୍ଲୀ ଫେରିଯିବେ। ଡିସେମ୍ବର ୨୫ତାରିଖରୁ ଦୁଇ ତିନି ଦିନ ପାଇଁ ନୂଆଦିଲ୍ଲୀରେ ସେ ଅବସ୍ଥାନ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଏସପି ନେତ୍ରୀ ମାୟାବତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ; କଂଗ୍ରେସ, ବିଜେପି ଉପରେ ବର୍ଷିଲେ ନବୀନ,”ଋଣ ଛାଡ଼ ଦେଶକୁ ଦେବାଳିଆ କରିଦେବ”

Related posts

୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

Ratnamani Moharana

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ENO Beuro

ଆଜି କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ,କେକ୍‌ କାଟିଲେ ରାହୁଲ-ମନମୋହନ

ENO Beuro

Leave a Comment