Entertainment

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ଏବେ କର୍କଟ ରୋଗରେ ଆକ୍ରାନ୍ତ

ଅନେକ ଓଡ଼ିଆ ଧାରାବାହିକରେ ନକାରାତ୍ମକ ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ରାଜେଶ୍ୱରୀ ରାୟ ମହାପାତ୍ର ବେଶ ଚର୍ଚ୍ଚିତ ଚେହେରା। ସେ ଏବେ ଏକ ଲୋକପ୍ରିୟ ଧାରାବାହିକରେ ତାରା ପଟ୍ଟନାୟକ ଚରିତ୍ରରେ ନଜର ଆସି ଦର୍ଶକଙ୍କୁ ମନୋରଞ୍ଜନ କରାଉଛନ୍ତି। ତେବେ ରାଜେଶ୍ୱରୀ ରାୟ ମହାପାତ୍ର ବର୍ତ୍ତମାନ କର୍କଟ  ରୋଗରେ ଆକ୍ରାନ୍ତ। ତାଙ୍କୁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟ ହୋଇଛି ବୋଲି ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସୂଚନା ଦେଇଛନ୍ତି।

ରାଜେଶ୍ୱରୀ ତାଙ୍କ ଫେସ୍‌ବୁକ୍‌ରେ ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ କର୍କଟ ସହ ଲଢ଼େଇ କରୁଛି। ଭଗବାନ ମୋ ସହ ଅଛନ୍ତି। ମୁଁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି। ମୁଁ ମୋ ନୂଆ ଲୁକ୍‌ରେ ଫେରିବି। ଭଗବାନ ମୋ ସହ ଅଛନ୍ତି। ଦୟାକରି ମୋତେ ଆଶୀର୍ବାଦ କରନ୍ତୁ।’ତାଙ୍କର ଏପରି ପୋଷ୍ଟ୍‍ ଏବେ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି। ତାଙ୍କୁ ଚାରିଆଡୁ ଏବେ ପ୍ରଶଂସକଙ୍କ ସ୍ନେହ ଓ ସାହସ ମିଳୁଛି।
ପଢନ୍ତୁ: ଜଳୁଛି ଓଡିଶା: ୧୮ରେ ଡେଇଁବ ସୀମା

Related posts

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ENO Beuro

ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି

ENO Beuro

ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ !

ENO Beuro

Leave a Comment