POLITICALS

ଜମ୍ମୁ ଓ କଶ୍ମୀରର ପାଞ୍ଚଟି ଜିଲ୍ଲାକୁ ଫେରିଲା ୨ଜି ମୋବାଇଲ୍‌ ଇଣ୍ଟର୍‌ନେଟ୍‌

Untitled 1

ଆଜିଠୁ କାଶ୍ମୀରରେ ବାଜିବ ଫୋନର ଘଣ୍ଟି 

ସ୍ୱାଭାବିକ ହେଉଛି ଘାଟିରେ ସ୍ଥିତି। ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ହଟିବା ପରେ ଘାଟିରେ ଗୋଟିଏ ବି ମୃତ୍ୟୁ ଘଟିନି। ରାଜ୍ୟର ୨୨ଟି ଜିଲ୍ଲାରୁ ୧୨ଟିରେ ପରିସ୍ଥିତି ସ୍ୱାଭାବିକ ରହିଛି। ୫ଟି ଜିଲ୍ଲାରେ ସୀମିତ କଟକଣା ଜାରି କରାଯାଇଛି। ସୋମବାର ସୁଦ୍ଧା ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ। ତେବେ ଆଜିଠାରୁ   ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟକ୍ଷମ ହୋଇଛି ଟେଲିଫୋନ ସେବା । ତେବେ ଏହାକୁ ସଂପୂର୍ଣ୍ଣ ଭାବରେ ନହୋଇ ଆଂଶିକ ଭାବରେ କାର୍ଯ୍ୟକ୍ଷମ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣକୁ ବିଚାରକୁ ନେଇ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କଟକଣା ଓ ଅନ୍ୟ ପ୍ରକାରର ଯୋଗାଯୋଗ ମାଧ୍ୟମଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ।

 

 

ଶ୍ରୀନଗରରେ ଆଜିଠୁ ଟେଲିଫୋନ୍ ସେବା ଚାଲୁ କରିଦିଆଯାଇଛି । ଜାମ୍ମୁରେ ଇଣ୍ଟରନେଟ୍ ସେବା ସ୍ବାଭାବିକ କରିଦିଆଯାଇଛି । ଏବେ ଟୁ-ଜି ସ୍ପିଡ୍‌ର ଇଣ୍ଟରନେଟ୍ ଚାଲୁ କରାଯାଇଛି । ତେବେ ଶ୍ରୀନଗରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଧାରା ୩୭୦ ହଟିବା ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଗତ ୫ତାରିଖରୁ ଜାମ୍ମୁକାଶ୍ମୀରରେ ଟେଲିଫୋନ ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲାଗିଥିଲା । ସ୍ଥିତି ଧୀରେ ଧୀରେ ସୁଧୁରିବା ସହ କଟକଣା ମଧ୍ୟ ଧୀରେ ଧୀରେ କୋହଳ ହେଉଛି ।ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ଚାଲୁ ପରେ ବିଚ୍ଛିନ୍ନତାବାଦୀ ତତ୍ବ ସକ୍ରିୟ ହେବାର ଆଶଙ୍କା ଥିବାରୁ ଏହା ଉପରେ ନଜର ରଖାଯାଇଛି । ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ସେନା, ଏୟାରଫୋର୍ସ ସହ ସମସ୍ତ ସୁରକ୍ଷାବାହିନୀକୁ ହାଇଆଲର୍ଟରେ ରଖା ଯାଇଛି ।

ପଢନ୍ତୁ: ବିଗୁଡୁଛି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା, ଏମ୍ସ ଗଲେ ରାଷ୍ଟ୍ରପତି

Related posts

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର!

ENO Beuro

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Ratnamani Moharana

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Ratnamani Moharana