Loading...

ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ତତଲା ପବନ ବହିବ । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁବା ସହିତ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ।

ରାଜ୍ୟରେ ବଢ଼ିଛି ତାତି । ଶୁକ୍ରବାର ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଆହୁରି ବଢ଼ିବ ତାତି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଛୁଇଁବ । ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି । ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ତତଲା ପବନ ବହିବ । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁବା ସହିତ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ତାତି ୩୭ ଡିଗ୍ରୀ ଉପରେ ରହିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ୧୮ରୁ ପାଗ ବଦଳିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.