Loading...

ରାଜ୍ୟରେ ବର୍ଷା ପାଇଁ ବଢିଲା ଶୀତ

ରାଜ୍ୟରେ ବର୍ଷା ପାଇଁ ବଢିଲା ଶୀତ

ବାତ୍ୟା ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଓଡ଼ିଶାରେ ଘଣ୍ଟା ପ୍ରତି ୨୫ରୁ ୩୦ କିମି ବେଗରେ ପବନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା ।

ଆନ୍ଧ୍ର ପ୍ରଦେଶର ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମିଗଜୋମ୍‌’ ଦୁର୍ବଳ ହୋଇଛି। ବାତ୍ୟା ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଓଡ଼ିଶାରେ ଘଣ୍ଟା ପ୍ରତି ୨୫ରୁ ୩୦ କିମି ବେଗରେ ପବନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଖସିଗଲା ଦିନର ତାପମାତ୍ରା । ଦୁଇ ଦିନରେ ତାପମାତ୍ରା କମିଲା ୫ ଡିଗ୍ରୀ । ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଦଶମିକ ୬ ଡିଗ୍ରୀ ରହିଥିଲ । ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୮ ଓ ସର୍ବନିମ୍ନ ତାପମାତ୍ରା ୨୧ ଦଶମିକ ୫ ଥିଲା । ହେଲେ ବାତ୍ୟା ପ୍ରଭାବରେ ରାଜଧାନୀର ତାପମାତ୍ରା ତଳମୁହାଁ ହୋଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.