News

ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ,ଟପିଲା ୩୯ ଡିଗ୍ରୀ

temp

ରାଜଧାନୀ ଭୁବନେଶ୍ୱରରେ ପାରଦ ଉପରମୁହାଁ ହୋଇଛି। ସକାଳ ୧୦ଟାରୁ ଏମିତି ତାତି ଯେ ଦେହ ଜଳିଗଲା ପରି ଲାଗୁଛି। ରାସ୍ତାଘାଟ ବି ଶୂନଶାନ।

୩୫ଡିଗ୍ରୀ ଉପରେ ୧୩ ସହର

ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲେସିୟସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ପହ୍ନଚିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଟକର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୩୬.୧, ତାଳଚେର ୩୬.୫, ଭବାନୀପାଟଣା ୩୭, ବଲାଙ୍ଗୀର ୩୬.୫ ଏବଂ ସୋନପୁରରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ତଥ୍ୟ କହୁଛି ୨୦୧୭ରେ ଫେବ୍ରୁଆରି ୨୦ରେ ରାଜଧାନୀର ତାପମାତ୍ରା ୩୬ ଓ ୨୦୧୮ ଫେବ୍ରୁଆରି ୨୫ରେ ୩୮ ଡିଗ୍ରି ରହିଥିଲା।

ସୂଚନାଯୋଗ୍ୟ,ଆସନ୍ତା ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତନ ଆସିବ। ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୨୬ ତାରିଖ ପର୍ଯ୍ୟନ୍ତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୫ ତାରିଖ ପାଇଁ ଭାରତୀୟ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।

ପଢନ୍ତୁ; ଦୁଇ ଜୈଶ୍‌ ଆତଙ୍କୀ ଗିରଫ,ଦୁଇ ଦିନିଆ ରିମାଣ୍ଡରେ ନେଲା ୟୁପି ଏଟିଏସ

Related posts

ପୁଲ୍‌ଓ୍ଵାମା: ସିନ୍ଧୁଙ୍କ ବିବାଦୀୟ ବୟାନ,ଆଲୋଚନା ଦ୍ୱାରା ସମାଧାନ କରିବା ଆବଶ୍ୟକ

ENO Beuro

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

Leave a Comment