News

ଅସହ୍ୟ କଲାଣି ତାତି: ୪୧ ଡିଗ୍ରି ଛୁଇଁଲା ମାଲକାନଗିରି

ମାର୍ଚ୍ଚ ସରିନି । କିନ୍ତୁ ଅସମ୍ଭାଳ ହେଲାଣି ଅବସ୍ଥା, ସକାଳ ୮ ଟାରେହି ହେଉଛି ଅସହ୍ୟ ଗରମ । ଅତି ଜରୁରୀ କାମ ନପଡିଲେ ବାହାରକୁ ଯିବାକୁ ପାଦ ଆସୁନି। ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା ମୟୂରଭଞ୍ଜରୁ ମାଲକାନଗିରି। ସବୁଠି ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି  ଉପରକୁ ଚାଲିଯାଇଛି। ମାଲକାନଗିରିର  ତାପମାତ୍ରା ଇତି ମଧ୍ୟରେ ୪୧ ଡିଗ୍ରି ଛୁଇଁଛି। ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ଆଜି ଏଠାରେ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାଇ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଖୋର୍ଧା, କଟକ, ନୟାଗଡ଼ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଭୁବନେଶ୍ବର ସହରର ତାପମାତ୍ରା ୩୯ ଡିଗ୍ରି ଉପରକୁ ଚାଲିଯିବ। ଏହା ସହ ଦକ୍ଷିଣ ଓଡିଶାର କନ୍ଧମାଳ, ଗଞ୍ଜାମରେ ମଧ୍ୟ କାଳବୈଶାଖୀ  ସମ୍ଭାବନା ରହିଛି ।
ପଢନ୍ତୁ: ଜନତାଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି: ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ପ୍ରତି ବର୍ଷରେ ପାଇବେ ୭୨ ହଜାର

Related posts

ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା

ENO Beuro

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ନବୀନ,ଓଡିଶାବାସୀଙ୍କ ମଙ୍ଗଳ କାମନା କଲେ

ENO Beuro

ଭଦ୍ରକ:ଶେଷ ହେଲା ଅନ୍ତିମ ସଂସ୍କାର, ଗ୍ରାମବାସୀଙ୍କ ଆଖିରୁ ଶୁଖି ନାହିଁ ଲୁହ

ENO Beuro

1 comment

Leave a Comment